ମାଲକାନଗିରି,ତା:୧୧/୦୫(ପିପିଟି) ଓଡିଶାରେ କାମ ନାହିଁ । ତେଣୁ ପରିବାର ଭରଣ ପୋଷଣ ଲାଗି ଲୋକେ ବାହାର ରାଜ୍ଯକୁ ଯାଇ ଯେକୌଣି କାମରେ ନିୟୋଜନ ହୋଇ ଦୁଇ ପଇସା କମାନ୍ତି । ସେହି ପରି ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ନିକଟସ୍ଥ କୁମ୍ବି ଗ୍ରାମର ସୁଧିର ରଂଜନ ବିଶ୍ବାଳ ଏବଂ ଧୀରେନ୍ଦ୍ର ବିଶ୍ବାଳ ଦୁଇ ଭାଇ ତେଲେଙ୍ଗାନାର କୋଲ୍ ମାଇନ୍ସରେ ଯାଇ କାର୍ଯ୍ଯ କରୁଥିଲେ । ମାତ୍ର ଲକ୍ ଡାଉନ୍ ପାଇଁ ଏକ ଘରୋଇ ବସରେ ଦୁଇ ଭାଇ ଓଡିଶା ଫେରୁଥିବ ବେଳେ ସୁଧିରଙ୍କ ଛାତିରେ ଯନ୍ତ୍ରଣା ହୋଇ ସିଲେରୁ ଠାରେ ମୃତ୍ଯୁ ଘଟିଥିଲା । ଏହି ସୂଚନା ପାଇ ମୋଟୁ ତହସିଲଦାର ସମେତ ଅନ୍ଯାନ୍ଯ ସରକାରୀ କର୍ମଚାରୀମାନେ ଶବ ସଂସ୍କାର କରି ମହାନତା ଦେଖାଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ମୋଟୁ ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ପୋଲ ନିକଟରେ ଓଡ଼ିଶା ଆସୁଥିବା ଏକ ପ୍ରବାସୀ ସୁଧୀର ରଞ୍ଜନ ବିଶ୍ବାଳ ତେଲେଙ୍ଗାନା ସିଙ୍ଗରାଣୀ କୋଲ ମାଇନ୍ସରେ କାମ କରିବାକୁ ଯାଇଥିଲେ । ବସ ରେ ଓଡ଼ିଶା ଫେରିବା ସମୟରେ ସୁଧିରଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ସିଲେରୁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଶୁଣିବା ପରେ ତୁରନ୍ତ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର , ମୋଟୁ ଥାନା ଅଧିକାରୀ ଏବଂ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପହଞ୍ଚି କିପରି ସବ ଦାହ କରାଯିବ ତାହା ଆନ୍ଧ୍ର ପୋଲିସ ସହିତ ଯୋଗାଯୋଗ କରିବା ପରେ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ର , ମୋଟୁ ପୋଲିସ , ଡାକ୍ତର ସୌରାଜ କୁମାର ବେହେରା , ବ୍ଲକ ଯନ୍ତ୍ରୀ ବସନ୍ତ କୁମାର ବେହେରା , ଶିକ୍ଷକ ରଞ୍ଜିତ ସରକାର ଓ ଆନ୍ଧ୍ର ପ୍ରଶାସନ ଉପସ୍ଥିତିରେ ଆନ୍ଧ୍ର ର ସିଲେରୁ ବ୍ରିଜ୍ ନିକଟରେ ଥିବା ଏକ୍ ଜଙ୍ଗଲ ରେ ସୁଧୀରଙ୍କୁ ଶବ ଦାହ କରାଯାଇଛି । ତାଙ୍କ ନିଜ ବଡ଼ଭାଇ ଧୀରେନ୍ଦ୍ର ବିଶ୍ବାଳ ପିପିଇ କିଟ୍ ପରିଧାନ କରି ସିଲେରୁ ନଦୀର ଏକ ଜଙ୍ଗଲରେ ସୁଧୀରଙ୍କୁ ଶବ ଦାହ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post