ବେଲଗୁଣ୍ଠା,୦୩/୦୩(ପିପିଟି);ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ହାଇସ୍କୁଲ ପରିସରରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ଜଣେ ସହପାଠୀ ଅନ୍ୟ ଜଣେ ସହପାଠୀଙ୍କୁ ଛୁରାମାଡ କରି ଗୁରୁତର କରିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ବଡବୋରସିଂ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି ଦୁଇ ସହପାଠୀ ଶୁଭମ୍ ଭୋଳ ଓ ଅମିତ୍ ନାଇକ । ଆଜି ସ୍କୁଲ ଚାଲୁଥିବା ସମୟରେ ଅର୍ଥାତ ପୁର୍ବାହ୍ନ ୧୧.୩୦ ବେଳେ କୌଣସି ଏକ କଥାକୁ ନେଇ ଶ୍ରେଣୀରେ ଶିକ୍ଷୟିତ୍ରୀ ନ ଥିବା ସମୟରେ ଶୁଭମ୍ ଓ ଅମିତ୍ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହି ସମୟରେ ଶୁଭମ ରଖିଥିବା ଏକ ଛୁରା ରେ ଅମିତର ପେଟକୁ ଭୁଷି ଦେଇଥିଲା । ଫଳରେ ଅମିତ୍ ର ଡାହାଣ ପଟ ପେଟରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଥିଲା । ଶିକ୍ଷକ ମାନେ ଏହା ଦେଖି ଶୁଭମ୍ କୁ ସ୍କୁଲ ରେ ଅଟକ ରଖିବା ସହ ପୋଲିସକୁ ଖବର ଦେଇ ଅଟୋରେ ଭଞ୍ଜନଗର ଡାକ୍ତରଖାନା ଆଣିଥିଲେ । ସେଠାରେ ଅମିତ୍ କୁ ଡାକ୍ତର ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ। କରିଥିବା ଜଣାପଡ଼ିଛି ।ଗାଙ୍ଗପୁର ପୋଲିସ ତୁରନ୍ତ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶୁଭମ୍ କୁ ଥାନାକୁ ଆଣି ଅଟକ ରଖିଥିଲେ । ଅମିତ୍ ବାପା ସୁଜିତ୍ କୁମାର ନାଆକଙ୍କ ଏତଲା ପ୍ରକାରେ ୭୯/୨୧ରେ ଏକ ମାମଲା ରୁଜ୍ଜୁ କରି ଶୁଭମ୍ କୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା।)