ମୁନିଗୁଡା,୦୧/୦୩(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକକଂଗ୍ରେସ ପକ୍ଷରୁ ଆଜି ଏକ ବିରାଟ ଶୋଭାଯାତ୍ରା ଗୋବର୍ଦ୍ଧନରୁ ଵାହାରି ନାଚଗୀତ ବାଦ୍ୟରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବଜାର ପରିକ୍ରମା କରାଇ କନ୍ୟକାପରମେଶ୍ବରୀ ମନ୍ଦିରସ୍ଥିତ ସଭାସ୍ଥଳିରେ ପହଞ୍ଚି ଥିଲେ। ମୁନିଗୁଡା ବ୍ଲକ କଂଗ୍ରେସର ନୂତନ ସଭାପତି ନୀଳାମ୍ବର ବିଭାରଙ୍କ ଆହ୍ଵାନରେ ଏକ ବ୍ଲକସ୍ତରୀୟ ସଭା ଡକାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ରାୟଗଡା ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଓ ବରିଷ୍ଠନେତା ତଥା ବିଧାୟକ ପ୍ରାର୍ଥୀ ହୋଇଥିବା ନୀଳମାଧବ ହିକକା ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଯେପରି ଭାବରେ ଅରାଜକତା ସୃଷ୍ଟି କରି ଲୋକମାନଙ୍କୁ ଭୂଆ ଵୁଲାଉଛନ୍ତି ତାହା ଆଉ ଅଳ୍ପଦିନରେ ଲୋକଲୋଚନରେ ସେମାନଙ୍କ ଅସଲ ରୂପ ପ୍ରକାଶ ପାଇବ।କଂଗ୍ରେସ ସମୟରେ ଯେଉଁ ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇଥିଲା ତାହା ଆଜିପର୍ଯନ୍ତ ହୋଇପାରୁ ନାହିଁ। ନିଜର ଦଳିଅକର୍ମି କୋଟିପତି ହେବା ଲକ୍ଷରେ ବିଭିନ୍ନ ଯୋଜନା କରି ଭୋଟ ହାତେଇବା ଲକ୍ଷ୍ଯ ରହିଛ। ଜନସାଧାରଣ ଵିଜେଡିର ଯାଦୁବିଦ୍ୟା ଜାଣିଗଲେଣି, ଓଡିଶା ସରକାର ରଣ କରି ଘିଅ ଖାଇବା ନିତିଅବଲମ୍ବନ କରିଛନ୍ତି ଵୋଲି ସାଂସଦ ଶ୍ରୀ ଉଲ୍ଲାକା ଦୁଇ ଦଳ ଉପରେ ବର୍ଷିଥିଲେ। ସେହିପରି ସଭାପତି ଶ୍ରୀ ପଣ୍ଡା ଓ ଶ୍ରୀ ହିକକା ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଆଲୋକପାତ କରିଥିଲେ। ସଭାପତି ଵିଭାର ମୁନିଗୁଡା ଵ୍ଲକର ଉନ୍ନତି ପାଇଁ ୧୪ ଗୋଟି ଦାଵୀ ଉପସ୍ଥାପନ କରିଥିଲେ। ସେଥିରେ ଏନ୍ଏସି, କୋର୍ଟ ସ୍ଥାପନ ଆଦି ଦାଵି ପତ୍ରରେ ଉଲ୍ଲେଖ କରିଛନ୍ତି। ସାଂସଦ ପ୍ରତିନିଧି ମାନସ ରଞ୍ଜନ ଵେହେରା, ଚାନ୍ଦୁ ବାବୁ, ପ୍ରସାଦ ମହାକୁଡ ପ୍ରମୁଖ ସଭା ଆୟୋଜନ କରିଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )