ମାଲକାନଗିରି,ତା:୧୪/୦୨(ପିପିଟି);ମାଲକାନଗିରି ପୁରୁଣା ମେଡିକେଲ ନିକଟସ୍ଥ ଶିବ ମନ୍ଦିରକୁ ଲାଗି ଏକ ବର ଗଛର ବିରାଟ ଶାଖା ଗତ କାଲି ଅଚାନକ ଛିଣ୍ଡି ପଡିବା ଯୋଗୁଁ ମେଡିକାଲର ରୋଷେଇ ଶାଳ ଧ୍ବଂସ ବିଧ୍ବଂସ ହୋଇପଡିଛି । ଅନ୍ଯ ଏକ ବଟ ବୃକ୍ଷ ଶାଖା ଶୁଷ୍କ ଅବସ୍ଥାରେ ଝୁଲି ରହିଥିବା ବେଳେ କେଉଁ ସମୟରେ ପଡି ଜୀବନ ହାନୀ ଘଟାଇବ କହିବା ଅସମ୍ଭବ । ଏ ଭଳି ନ୍ଯୁଜକୁ ପିପିଟି ତୁରନ୍ତ ପ୍ରକାଶ କଲା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ଫଳରେ ଆଜି ସକାଳେ ମାଲକାନଗିରି ଅଗ୍ନିିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଟ ବୃକ୍ଷର ଶାଖକୁ ତୁରନ୍ତ ସଫା କରିଥିଲେ । ପ୍ରକାଶ ଥାଉକି ଏକ ବିରାଟ ବର ଗଛଟି ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ଯାଳୟର ପ୍ରବେଶ ପଥରେ ଦଣ୍ଡାୟମାନ ରହିଛି । ଗତ ଶୁକ୍ରବାର ଦିନ ଏକ ବିରାଟ ବର ଗଛର ଶାଖା ଅଚାନକ ଦୁର୍ବଳହୋଇ ଛିଣ୍ଡି ପଡିବା ଯୋଗୁଁ ପୁରୁଣା ମେଡିକଲର ରୋଷେଇ ଶାଳାର ଟିଣ ଛପରେ ଉପରେ ପଡି ଧ୍ବଂସ ବିଧ୍ବଂସ ହୋଇ ପଡିଥିଲା ବେଳେ ଅନ୍ଯ ଏକ ଶାଖା ଶୁଷ୍କ ଅବସ୍ଥାରେ ଝୁଲି ରହିଛି । ପ୍ରତି ଦିନ ଏହି କାର୍ଯ୍ଯାଳୟକୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଯାତାୟତ କରିଥାନ୍ତି । ଏହା ବ୍ଯତୀତ ଏହି କାର୍ଯ୍ଯାଳୟରେ ରହୁଥିବା ସରକାରୀ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପରିବାର ବର୍ଗ ସରକାରୀ ବାସ ଭବନରେ ରହି ଦୈନିନ୍ଦିନ କାର୍ଯ୍ଯ ଶକାସେ ଯାତାୟତ କରିଥାନ୍ତି । ଏଠାରେ କୋଭିଡ ହସପିଟାଲ ଚାଲିଥିବାରୁ ରୋଗୀଙ୍କ ସଂପର୍କୀୟମାନେ ପାନୀୟ ଜଳ ପାଇଁ ମଧ୍ଯ ଏହି ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ଉପଖଣ୍ଡ କାର୍ଯ୍ଯାଳୟକୁ ଆସିଥାନ୍ତି । ତେବେ ଏହି ଶୁଖିଲା ବର ଗଛର ବିଶାଳ ଶାଖାଟି କେତେବେଳେ ଅବା କେଉଁ ମୂହୁର୍ତ୍ତରେ କାହା ଉପରେ ଛିଣ୍ଡି ଜୀବନ ହାନୀ ଘଟାଇବାର ସମ୍ଭାବନା ରହିଛି । ଏଣୁ ତୁରନ୍ତ ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବର ଗଛର ଶାଖାକୁ କାଟି ବିପଦ ମୁକ୍ତ କରିବା ପାଇଁ ସାଧାରଣରେ ଦୃଢ ଦାବୀ ହୋଇଛି । ଏଥି ପ୍ରତି ମାଲକାନଗିରି ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ମଧ୍ଯ ହସ୍ତକ୍ଷେପ କରିବା ପାଇଁ ଦାବୀ ହୋଇଛି । ଏହି ସମ୍ବାଦଟି ପିପିଟିରେ ପ୍ରକାଶ ପାଇଲା ପରେ ମାଲକାନଗିରି ଅଗ୍ନିଶମ ଆସିଷ୍ଟାଣ୍ଡ ଫାଏର ଅଫିସର ସରୋଜ କୁମାର ବେହେରାଙ୍କ ନେତୃତ୍ବରେ ସୁଶାନ୍ତ କୁମାର ବେହେରା, ହେମନ୍ତ କୁମାର ବେହେରା, ଜଗବନ୍ଧୁ ପଡାଲ,ଧନସିଂ ଭତ୍ତ୍ରା,ଶ୍ଯାମ ସୁନ୍ଦର ପମିୟା ପ୍ରମୁଖ ଅଗ୍ନଶମ କର୍ମଚାରୀମାନେ ବଟବୃକ୍ଷର ଶାଖାକୁ କାଟି ସଫା କରିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ନିଷ୍ଠାପର ସେବା ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯୀଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)