କିଛି ଦିନର ନୀରବତା ପରେ ଉଲୁଣ୍ଡା ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ : ଅଳ୍ପକେ ବର୍ତ୍ତିଲେ ସାଧୁ ।

0 384

ଉଲୁଣ୍ଡା,୦୭/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।ଗଲା କିଛି ଦିନ ନୀରବତା ପରେ ଉଲୁଣ୍ଡା ବନାଞ୍ଚଳର କ୍ଷେମାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିପଳକଟା ନିକଟ ଘଣ୍ଟେଶ୍ୱରୀ ପୀଠରେ ଦୁଇଟି ହାତୀ ଘରଦ୍ୱାର ଭାଙ୍ଗିବା ସହ ଚାଉଳ,ଗହମ, ପନିପରିବା ଖାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ମଠ ପରିସର ଏକ ଘର ଭାଙ୍ଗି ଦେଇଛି ।ତେବେ ମଠରେ ଶୋଇଥିବା ଜଣେ ସାଧୁ ଅଳ୍ପକେ ବର୍ତୀ ଯାଇଛନ୍ତି ।ପ୍ରଥମେ ହାତୀ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ସେଠାରେ ଥିବା ଗହମ,ଚାଉଳ, ପନିପରିବା ଆଦି ଖାଇବା ସହ ବହୁ ଜିନିଷପତ୍ର ଦଳି ମକଚି ଏଣେ ତେଣେ ଫୋଫଡ଼ି ଦେଇଥିଲା । ମଠ ପରିସରରେ ଥିବା ଏକ ନଳକୁଆ ଭାଙ୍ଗି ଦେଇଥିବା ଜଣାପଡିଛି ।ଏହା ଜାଣିପାରି ସେଠାରେ ରହୁଥିବା ସାଧୁମାନେ ପଳାଇଯାଇ ନିଜ ଜୀବନକୁ ରକ୍ଷା କରିଥିଲେ । ଏନେଇ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ବ୍ୟବସ୍ଥା କରାଯାଉନଥିବାରୁ ହାତୀମାନେ ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହେବାସହ ତୁରନ୍ତ ଏହାର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୁରଣ ଡେ଼ବାକୁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.