ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂଦେଓ ।

0 268

ଉଲୁଣ୍ଡା,୧୭/୦୧(ପିପିଟି); ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବଲାଙ୍ଗୀର ଲାକସଭା ସାଂସଦ ସଂଗୀତା ସିଂଦେଓ ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ।ଏହି ଗସ୍ତ ସମୟରେ ନିର୍ବାଚନମଣ୍ଡଳୀର କେନ୍ଦୁପାଲି, କମଲପୁର,ବୁରଘାଟ,ଉଫୁଲା,ମେଣ୍ଡାମାଲ,ଚମ୍ପମାଲ,ଚମ୍ପାପୁର, ହିଲୁଙ୍ଗ, ଯଟେସିଂଘା,ମଣିକପୂର ଆଦି ଗ୍ରାମକୁ ଯାଇ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଗ୍ରାମବାସୀମାନେ ଶ୍ରୀମତୀ ସିଂଦେଓଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ପାଛୋଟି ନେଇ ନିଜ ନିଜ ଗ୍ରାମର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଏଥିରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ,କିଶୋର ହୋତା ଙ୍କ ସମେତ ଅନ୍ୟ ବିଜେପି କର୍ମୀ ସାମିଲ ଥିଲେ ।

(ଉଲୁଣ୍ଡା-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.