ଓଁ ଶ୍ରୀ ଗାଦିବ୍ରହ୍ମ ଗୀତା’ ପୁସ୍ତକ ଲୋକାର୍ପିତ।

0 416

ଜଗତସିଂହପୁର,୨୬/୧୨(ପିପିଟି); ମୁଦୁପୁର ପଞ୍ଚାୟତସ୍ଥ ସିଦ୍ଧଳ ଗାଦିବ୍ରହ୍ମଙ୍କ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଶିଷ୍ଟ ସାହିତ୍ୟିକ ସ୍ବପ୍ନିଳ କବି ତଥା ନଵକାକଳି ପତ୍ରିକାର ସଂପାଦକ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଅଜ୍ଞାନାନନ୍ଦ(ରବିନ୍ଦ୍ର ମହାନ୍ତିଙ୍କ)କୃତ “ଓଁ ଶ୍ରୀ ଗାଦିବ୍ରହ୍ମ ଗୀତା” ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚାସୀନ ଅତିଥି ଭାବେ ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, ପଣ୍ଡିତ ନାଗମଣି କର, ପଣ୍ଡିତ ଧନେଶ୍ଵର ନନ୍ଦ, ସୁବାସ ଚନ୍ଦ୍ର ଶତପଥୀ,ମନୋରମା ଶତପଥୀ, ଶିକ୍ଷାବିତ୍ କାହ୍ନୁଚରଣ ମିଶ୍ର, ଶିକ୍ଷାବିତ୍ ହେମନ୍ତ କୁମାର ରାୟ, କବି ମୁରଲୀଧର ତ୍ରିପାଠୀ ପ୍ରମୁଖ ସାହିତ୍ୟ ଓ ଗୀତା ଉପରେ ଆଲୋଚନା କରି କବି ଓ ଲେଖକମାନେ ଲେଖା ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସମସ୍ତ ମଞ୍ଚାସୀନ ଅତିଥି ଙ୍କୁ ଅଜ୍ଞାନାନନ୍ଦଙ୍କ ସୌଜନ୍ଯରୁ ସ୍ଵାମୀ ନାରାୟଣ ଦାସ ସମ୍ବର୍ଦ୍ଧିତ କରିଥିଲେ । ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥିଗଣ ‘ ଓଁ ଶ୍ରୀ ଗାଦିବ୍ରହ୍ମ ଗୀତା ‘ ର ଲୋକାର୍ପଣ କରି ଗୀତାଙ୍କ ମାହାତ୍ମ୍ୟ ଆଲୋଚନା କରିବା ସହ ଅଜ୍ଞାନାନନ୍ଦଙ୍କ କୃତିର ସମୀକ୍ଷା କରିଥିଲେ । ଏହି ସଭାରେ ସଭାପତି ଡ଼. ସୁରେନ୍ଦ୍ର ନାଥ ତ୍ରିପାଠୀ ଗୀତାକାରଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସର୍ବଶେଷରେ ସମାଜସେବୀ ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କଲା ପରେ ସଭାସାଙ୍ଗ ହୋଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)

Leave A Reply

Your email address will not be published.