ବ୍ରହ୍ମପୁର,୧୮/୧୨(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶିକିରୀ ଠାରେ ପାନୀୟ ଜଳ ଯୋଗାଣ ଅବ୍ଯବସ୍ଥା। ଶିକିରୀ ଠାରେ ନିର୍ମିତ ପୁରୁଣା ଟାଙ୍କି କାର୍ଯ୍ୟକ୍ଷମ ହେଉ ନଥିବା କଥା ସ୍ଥାନୀୟ ବାସିନ୍ଦା ଠାରୁ ଅଭିଯୋଗ ଶୁଣିବାକୁ ମିଳୁଛି। ବର୍ତ୍ତମାନ ନୂତନ ପ୍ରକଳ୍ପ ନିର୍ମାଣ ସରିଛି ବିଦ୍ଯୁତ୍ ସଂଯୋଗ ହେଲେ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ବୋଲି ଶୁଣିବାକୁ ମିଳୁଛି। ଶୁଣିବାକୁ ମିଳୁଛି ପୂରାତନ ପ୍ରକଳ୍ପ ପ୍ରାୟ ୯ବର୍ଷ ତଳେ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରାୟ ସାତ ବର୍ଷ ଧରି ଅଚଳ ହୋଇ ପଡିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ଶିକିରୀରେ ଟାଙ୍କିକୁ ପାଣି ନଉଠାଇ ସିଧାସଳଖ ପମ୍ପ ଗୃହରୁ ପାଣି ଛଡାଯାଉଥିବା କୁହାଯାଉଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ସାଧାରଣ ଲୋକଙ୍କ ସେବାରେ ଲାଗି ପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ଅବ୍ଯବସ୍ଥା କଥା ଚିନ୍ତା କଲେ ସଂପୃକ୍ତ ବିଭାଗରେ କ’ଣ ଚାଲିଛି ଅନୁମାନ କରି ହେଉଛି। ଏହି ଅବ୍ଯବସ୍ଥା ସଂପର୍କରେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ସେ କହିଥିଲେ ନୂତନ ପ୍ରକଳ୍ପ ନିର୍ମାଣ ସରିଛି ବିଦ୍ଯୁତ୍ ସଂଯୋଗ ହେଲେ କାର୍ଯ୍ୟକ୍ଷମ ହେବ ଏବଂ ପୁରୁଣା ପ୍ରକଳ୍ପ ଚାଲୁଛି, ଟାଙ୍କିକୁ ପାଣି ଉଠାଯାଉ ନାହିଁ ସିଧାସଳଖ ପାଣି ପମ୍ପରୁ ପ୍ରଦାନ କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ପମ୍ପରୁ ସିଧାସଳଖ ପାଣି ଯୋଇ ହେବ ତାହା ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟାଙ୍କି ନିର୍ମାଣ କରିବା ଆବଶ୍ୟକ କ’ଣ ? ପୁଣି ଅଚଳ ଟାଙ୍କିର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ କରିବା ଆବଶ୍ୟକ କ’ଣ ? ହିଞ୍ଜିଳିକାଟୁ ଅଞ୍ଚଳରେ ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣ ନାମରେ ଦୁର୍ନୀତିକୁ ସରଳୀକରଣ କରାଯାଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ପ୍ରଶାସନ ହିଞ୍ଜିଳିକାଟୁ ଅଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ବିଗତ ୧୦ ବର୍ଷର ସମୀକ୍ଷା କରିବା ସହିତ ପ୍ରକଳ୍ପ ଗୁଡିକର ସଠିକ୍ ଢଙ୍ଗରେ ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।