ବେଲଗୁଣ୍ଠା,୧୧/୧୧(ପିପିଟି); ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ପଲ୍ସରଟିକୁ ଚୋରି କରି ଏକ ପାଳ ଗଦାରେ ପାଳ ଘୋଡାଇ ଲୁଚାଇ ରଖିଥିଲେ । ବାଇକ୍ ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ ପାଟ୍ରୋଲିଂରେ ହଡବଡେଇ ଯାଇଥିଲେ । ପୋଲିସ୍ ଏମାନଙ୍କୁ ପିଛା କରି ଧରିବା ସହ ଚୋରି ମାମଲାରେ ସଂପୃକ୍ତ ଥିବା ଚାରି ଜଣକୁ ଗିରଫ କରି ଆସ୍କା କୋର୍ଟକୁ ପଠାଇଥିବା ଜଣା ପଡ଼ିଛି । ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଓ ବଡ଼ ବୋର୍ସିଂ ମଝିରେ ଘର କରି ରହୁଥୁବା ଲୋଚନ ସ୍ଵାଇଁଙ୍କ 220 ପଲ୍ସର୍ ଯାହାର ନମ୍ବର୍ OD33H1863 କଳା ଓ ନାଲି ମିଶା ପଲ୍ସରଟିକୁ ଗତ ଚାରି ତାରିଖ ମଧ୍ୟ ରାତ୍ରରେ କାଳିଆଗୁଡା ଗ୍ରାମର ଗୋପାଳ ନାୟକ (୨୩),ରାଜା ନାୟକ (୨୧), ଯୁବରାଜ ପ୍ରଧାନ(୨୧) ଓ ସୂର୍ଯ୍ୟ ନାରାୟଣ ସେଠୀ (୨୧) ଚାରିଜଣ ମିଶି ପଲ୍ସରଟିକୁ ନେଇ ଯାଇ ପାଳ ଘୋଡାଇ ଲୁଚାଇ ରଖିଥିଲେ । ଆଜି ଭୋରରୁ କଣ୍ଟେଇପଲି ଛକରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପଲ୍ପରଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ କୁ ଦେଖି ହଡବଡେଇ ଯାଇଥିଲେ । ପୋଲିସ୍ କୁ ଦେଖି ରାଜା ଓ ଗୋପାଳ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍ ସେ ଦୁହିଁଙ୍କୁ କାବୁ କରିଥିଲେ । ଏମାନଙ୍କୁ ଧରିବା ପରେ ଏହି ଗାଡି ଚୋରି ମାମଲାରେ ଯୁବରାଜ ଓ ସୂର୍ଯ୍ୟ ନାରାୟଣ ସମ୍ପୃକ୍ତି ଥିବା ପୋଲିସ୍ ଜାଣିପାରି କାଳିଆଗୁଡାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା । ଏନେଇ ଗାଙ୍ଗପୁର ଥାନାରେ ୩୨୦/୨୦ ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ଚୋରି ମାମଲାରେ ସଂପୃକ୍ତ ଥିବା ସମସ୍ତ ଗିରଫ ଚାରି ବ୍ୟକ୍ତିଙ୍କୁ ଆସ୍କା କୋର୍ଟ୍ ଚାଲାଣ କରିଥିବା ତଦନ୍ତକାରୀ ଅଫିସର୍ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )