ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

0 673

ଛତ୍ରପୁର,ତା.୦୭/୧୧(ପିପିଟି); ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉନ୍ନୟନମୂଳକ ଯୋଜନା ଗୁଡିକର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡିଶା ଜୀବନ ଜୀବୀକା ମିଶନ୍, ରାଜ୍ୟ ଓ କେନ୍ଦ୍ର ଅର୍ଥ ଅନୁଦାନରେ କାର୍ଯ୍ୟ କରାଯାଇଥିବା ସମସ୍ତ ଯୋଜନା, ସ୍ବଚ୍ଛ ଭାରତ ମିଶନ୍ ଅଭିଯାନ ଯୋଜନା, ଅଶ୍ରମ ଦିବ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ସରକାରୀ ବିଦ୍ୟାଳୟ ଗୁଡିକରେ ୧୦୦ ଦିନିଆ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାର କାର୍ଯ୍ୟକାରୀତା, ଗୋଷ୍ଠା ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବନିମ୍ନ ସ୍ବାସ୍ଥ୍ୟ ସୁବିଧା, ଶ୍ରମ ଦିବସ ସୃଷ୍ଟି ସମ୍ପର୍କିତ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମୀକ୍ଷା ହୋଇଯାଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରବାସୀ ମାନଙ୍କ ଜୀବନ ଜୀବୀକା କିଭଳି ଉନ୍ନତମାନର ଏବଂ ଯଥେଷ୍ଟ ସଂଖ୍ୟାରେ ହେବ ଓ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିବ ସେଦିଗରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କହିଥିଲେ । ଗ୍ରାମ ରୋଜଗାର ସେବକ ମାନଙ୍କ ଦ୍ବାରା ତଥ୍ୟ ସଂଗ୍ରହ କରାଯାଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଧିକ ଶ୍ରମ ଦିବସ କିଭଳି ସୃଷ୍ଟି ହୋଇ ପାରିବ ଏବଂ ପ୍ରବାସୀ ଶ୍ରମିକ ଗଣ ଜିଲ୍ଲାରେ ରହି କର୍ମନିଯୁକ୍ତି ପାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ସମସ୍ତ ଉନ୍ନୟନମୂଳକ କର୍ଯ୍ୟର ସମୀକ୍ଷା କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଳକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.