ଦିଗପହଣ୍ଡି,୩୦/୦୮(ପିପିଟି): ମଙ୍ଗଳବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାରଙ୍କ ଜରିଆରେ ଜନ ଅଧିକାର ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜନ ଅଧିକାର ମଞ୍ଚର ଦିଗପହଣ୍ଡି ସଭାପତି ସମ୍ଭବ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।୯ ଦଫା ଦାବି ସମ୍ମିଳିତ ସ୍ମାରକ ପତ୍ରରେ ଉଲ୍ଲେଖ ଅଛିଯେ, ଦିଗପହଣ୍ଡି ବସ୍ ଷ୍ଟାଣ୍ଡକୁ ବଡ଼ ଖେମୁଣ୍ଡି ମାଟିର ଗୈାରବ ଉଦ୍ଧେଶ୍ୟରେ ରାଜପୁତ୍ର ସନ୍ଥ ଅରକ୍ଷିତ ଦାସଙ୍କ ନାମାନୁସାରେ ନାମିତ କରାଯିବା, ବସ୍ ଷ୍ଟାଣ୍ଡରେ ବଡ଼ ଖେମୁଣ୍ଡି ମାଟିରେ ଜନ୍ମିତ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଏବଂ ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା, ବସ୍ ଷ୍ଟାଣ୍ଡକୁ ପ୍ରବେଶ ପଥ ଛକ ଠାରେ ଏକ ଟ୍ରାଫିକ ପୋଷ୍ଟ ପ୍ରତିଷ୍ଠା ସହିତ ଜନତା ଲେନ୍ ବଜାର ମୂଖ୍ୟ ରାସ୍ତା ପୁରୁଣା ବସ୍ ଷ୍ଟପ୍ ନିକଟରେ ଏକ ଟ୍ରାଫିକ ଛକ ପ୍ରତିଷ୍ଠା କରାଯିବା, ଟ୍ରାଫିକ ଛକ ଗୋଲେଇର ଅଭାବରୁ ଦୈନିକ ଦୁର୍ଘଟଣା ବୃଦ୍ଧି ପାଉଛି ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଟ୍ରାଫିକ ଥାନା ଓ ଫାଣ୍ଡି ପ୍ରତିଷ୍ଠା ହେଉ ନତୁବା ଦିଗପହଣ୍ଡି ଥାନା ପୋଲିସଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯିବା, ମେଡିକାଲ ଛକ, ପୁଞ୍ଜିକୟାଁ ଛକ, ବସ୍ ଷ୍ଟାଣ୍ଡ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ହନୁମାନ ବାଟିକା ଛକ, ଗୁପ୍ତେଶ୍ୱର ମନ୍ଦିର ଛକରେ ଟ୍ରାଫିକ ନିୟନ୍ତ୍ରଣ ପୋଲିସ ମୁତୟନ କରାଯିବା, ମେଡିକାଲରେ ସ୍ଥାୟୀ ଡାକ୍ତରଙ୍କ ସମେତ ସମସ୍ତ ପଦବୀ ପୂରଣ, ଜନତା ଲେନ୍ ରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଶ୍ରୀ ନିଳମଣି ବିଦ୍ୟାରମ୍ଭ ପାଠାଗାର ର ପୂନଃ ଉଦ୍ଧାର ସହ ରାଜ୍ୟ ସ୍ତରୀୟ ପାଠାଗାର ସମସ୍ତ ବର୍ଗଙ୍କ ଉଦ୍ଦେଶ୍ୟରେ କରାଯିବା, ସମସ୍ତ ମଠ ମନ୍ଦିରର ତାଲିକା କରି ସ୍ବତନ୍ତ୍ର କମିଟି ଗଠନ ହେଉ ଏବଂ ମଠ ମନ୍ଦିର ର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ର ପ୍ରଶାସନ ଦ୍ବାରା ତଦାରଖ କରାଯିବା, ଦିଗପହଣ୍ଡି ଠାରୁ ଶ୍ରୀ ଜଗନ୍ନାଥ ଧାମ ପୁରୀ କୁ ସ୍ବତନ୍ତ୍ର ସରକାରୀ ବସ୍ ଚଳାଚଳ କରାଯିବା ଆଦି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଗୈାଡ , ଇଂ ରଞ୍ଜନ କୁମାର ପାତ୍ର,ପ୍ରଶାନ୍ତ କୁମାର ସାହୁ, ରୁଦ୍ରନାରାୟଣ ପଣ୍ଡାଙ୍କ ସମେତ ଅନେକ କର୍ମୀ ଯୋଗଦାନ କରିଥିଲେ।