୯ ଓ ୧୨ନମ୍ବର ୱାର୍ଡ ବାସିନ୍ଦାଙ୍କୁ ମନ୍ତ୍ରୀଙ୍କ ଶୀତ ବସ୍ତ୍ର ବଣ୍ଟନ ।

0 689

ଭଞ୍ଜନଗର,୧୪/୦୧(ପିପିଟି);ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଏନ.ଏ.ସି ର ୯ ଓ ୧୨ନମ୍ବର ୱାର୍ଡରେ ବାସ କରୁଥିବା ୧୮୦ଜଣ ଅସହାୟ ଓ ଗରୀବ ଶ୍ରେଣୀର ହିତାଧିକାରୀଙ୍କୁ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୀତବସ୍ତ୍ର ବଣ୍ଟନ କରିଛନ୍ତି।ଏହି ଉତ୍ସବରେ ଭଞ୍ଜନଗର ଏନ୍ଏସି ର ପୂର୍ବତନ ଉପନଗରପାଳ ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷା ସୁନିତା କୁମାରୀ ଦଳବେହେରା,ପୂର୍ବତନ ଉପାଧ୍ୟକ୍ଷା ସୁଦେସ୍ନା ନାୟକ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ପୂର୍ବତନ କାଉନସେଲର ସୁଜ୍ଞାନୀ ଗୌଡ଼ ଉପସ୍ଥିତ ଥିଲେ।ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ପୂର୍ବରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଞ୍ଜନଗର ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳ ଏବଂ ଏନ୍ଏସି ର ବହୁ ବସ୍ତି ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଆରୁଖ ଶୀତ ବସ୍ତ୍ର ବଣ୍ଟନ କରିଥିଲେ।ସେହିପରି ୯ନଂ ୱାର୍ଡର ଠାକୁରାଣୀ ମନ୍ଦିର ନିକଟରେ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଓ ୧୨ନଂ ୱାର୍ଡରେ ମଧ୍ୟ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ ସରିଛି ଏବଂ ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଘୋଷଣା କରିଥିଲେ। ଏଥିରେ ବହୁ ବିଜେଡ଼ି ନେତା ଓ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.