୯୨ ବର୍ଷ ବୟସରେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗ ।

0 120

ବେଲଗୁଣ୍ଠା,୦୮/୦୭(ପିପିଟି);ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ କୁମର ବେହେରାଙ୍କ (୯୨ ) ବର୍ଷ ବୟସରେ ପାଲକଷଣ୍ଢା ସ୍ଥିତ ନିଜ ବାସଭବନରେ ଆଜି ପରଲୋକ ଘଟିଛି । ସୂଚନା ଥାଉ କି ସ୍ଵର୍ଗତ ବେହେରା ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରୁ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ଭୋର୍ ୪ ଘଣ୍ଟା ୩୦ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ବିଷ୍ଣୁପ୍ରସାଦ, ହର ପ୍ରସାଦ, ବୋହୂ, ଝିଅ, ଜ୍ଵାଇଁ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ଵର୍ଗତ ବେହେରା ଜଣେ ଆଦର୍ଶ ଶିକ୍ଷକ ଭାବରେ ଖ୍ୟାତି ଅର୍ଜନ କରିବା ସହ ଜଣେ ଭଦ୍ର, ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ପାତ୍ର, ଶିକ୍ଷକ ସୂର୍ଯ୍ୟମଣି ବେହେରା,ଆସ୍କା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ ସାର୍ଥକ ପାଢୀ, ସମବାୟ ବ୍ୟାଙ୍କ ବୋରୀ ଶାଖା ସମ୍ପାଦକ ପ୍ରଦୀପ, ସମବାୟ ବ୍ୟାଙ୍କ ପାଇଲିପଡ଼ା ଶାଖା ସମ୍ପାଦକ ପ୍ରଦୀପ ମହାନ୍ତି, ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ଵର୍ଗତ ବେହେରାଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ବିଷ୍ଣୁପ୍ରସାଦ ମୁଖାଗ୍ନି ଦେଇଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.