୮ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଭଗ୍ନ ଅବସ୍ଥାରେ ରାମନଦୀ ପୋଲ;ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0 621

ଦିଗପହଣ୍ଡି,୦୯/୦୧(ପିପିଟି); ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିନ୍ଧବା ଗ୍ରାମକୁ ଲାଗି ପ୍ରବାହିତ ହେଉଛି ରାମନଦୀ । ଆଜକୁ ପ୍ରାୟ ୮ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଫାଇଲିନି ମହାବାତ୍ୟା ଆସି ବହୁତ ଧନ ଜୀବନ ନଷ୍ଟ କରିଛି । ସିନ୍ଧବା ଗ୍ରାମରେ ଥିବା ପୋଲକୁ ସମ୍ପୂର୍ଣ ଭାବେ ଧୋଇନେଇଥିଲା । ଗ୍ରାମରେ ପାଣି ମଧ୍ୟ ପସିଯାଇଥିଲା । ଫାଇଲିନି ମହବାତ୍ୟାକୁ ୮ ବର୍ଷରୁ ଉର୍ଦ୍ଧ ଦିନ ବିତିଯାଇଥିଲେ ମଧ୍ୟ ଗ୍ରାମରେ ଆଜି ପର୍ଯ୍ୟନ୍ତ ନୂତନ ପୋଲ ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ । ସିନ୍ଧବା ଏବଂ ନିମଖଣ୍ଡି ପେଣ୍ଠ ମଧ୍ୟରେ ରମାନଦୀ ପ୍ରବାହିତ ହେଉଛି । ଗ୍ରାମର ସରପଞ୍ଚ ସୁଦର୍ଶନ ନାୟକ ବାରମ୍ବାର ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଗ୍ରାମ ଉପରେ ପଡୁନି । ଫାଇଲିନି ପରେ ପରେ ତିତିଲି ଏବଂ ତା ପରେ ହୁଡହୁଡ ଭଳି ବାତ୍ୟା ଆସି ଗଲାଣି ହେଲେ ବି ପ୍ରଶାସନର ନିଦ୍ରା ଭଗ୍ନ ହୋଇନାହିଁ । ଯଦି ଆଗକୁ ଏଭଳି ପ୍ରାକୃତିକ ବନ୍ୟା ବାତ୍ୟା ଆସେ ତେବେ ଲୋକ ମାନଙ୍କ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି ନିରୀହ ପଶୁପକ୍ଷୀ ମାନଙ୍କ ଜୀବନ ମଧ୍ୟ ବିପଦରେ ଅଛି । ନୂତନ ସେତୁ ଯଥା ଶୀଘ୍ର ନିର୍ମାଣ ହେଲେ ଆମେ ଉପକୃତ ହେବୁ ବୋଲି ଗ୍ରାମ ବାସି କହିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.