୮୦୦ ଘରେ ଲାଗିଲା ସଙ୍ଗରୋଧ ଫର୍ମ ଜିଲ୍ଲା By PPT NEWS Last updated Mar 27, 2020 0 120 Share ଶେରଗଡ,(ପିପିଟି ନ୍ଯୁଜ୍)୨୭/୦୩-ଶେରଗଡ ବ୍ଲକ୍ ଅଧୀନରେ ବିଭିନ୍ନ ଗ୍ରାମକୁ ୯୦୦ରୁ ଉର୍ଦ୍ଧ୍ବ ଯୁବକ ବାହାର ରାଜ୍ୟରୁ ଫେରିଛନ୍ତି ।ବର୍ତ୍ତମାନ ସେମାନେ ନିଜ ଘରକୁ ଫେରିବା ପରେ ପ୍ରଶାସନ ସେମାନଙ୍କ ଉପରେ ନଜର ରଖିଛି ।ବ୍ଲକ୍ ପ୍ରଶାସନ ପକ୍ଷରୁ ଗତ ତିନିଦିନ ମଧ୍ୟରେ ୮୦୦ ପରିବାର ଘର ସମ୍ମୁଖରେ ସଙ୍ଗରୋଧ ଫର୍ମ ଲଗାଇ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ବିଭିନ୍ନ ପଞ୍ଚାୟତକୁ ବୁଲି ସଚେତନ କରାଉଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁ ବାର ଦିନ ଶେରଗଡ ଓ କୁଲାଗଡ ପରିଦର୍ଶନ କରି ସମସ୍ଯା ସଂପର୍କରେ ତଦାରଖ କରିଥିଲେ । 0 120 Share