୭୫ ଲିଟର ବିଦେଶୀ ମଦ ଜବତ,ଜଣେ ଗିରଫ ।

0 217

ମାଲକାନଗିରି,ତା:୦୧/୦୬(ପିପିଟି);ଆଜି ମାଲକାନଗିରି ସଦର ମହକୁମାର ବସ ଷ୍ଟାଣ୍ଡ ନିକଟରେ ଜଣେ ବ୍ଯକ୍ତି ଚୋରାକେ ବିଦେଶୀ ମଦ ବିକ୍ରୟ କରୁଥିବା ବେଳେ ପୋଲିସ ସୂଚନା ପାଇ ୭୫ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତୁ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବସ ଷ୍ଟାଣ୍ଡ ନିକଟରେ କେ. ମୂରଲୀ ନାମକ ଜଣେ ବ୍ଯକ୍ତି ଚୋରାରେ ବିଦେଶୀ ମଦ ବିକ୍ରି କରି ଆସୁଥିବା ବେଳେ ମାଲକାନଗିରି ପୋଲିସ ସୂଚନା ପାଇ ତାଙ୍କ ଘରେ ଚଢାଉ କରିଥିଲା ବେଳେ ୭୫ ଲିଟର ବିଦେଶୀ ମଦ ବିଭିନ୍ନ ବ୍ରାଣ୍ଡର ମିଳିଥିଲା । ସେହି ବିଦେଶୀ ମଦକୁ ମାଲକାନଗିରି ପୋଲିସ ଜବତ କରିବା ସହ ମଦ ବିକ୍ରୟରେ ସଂପୃକ୍ତ ଆସାମୀ କେ.ମୂରଲୀ ବିରୁଧରେ ଥାନା କେଶ ନଂ:୧୯୦/୨୦୨୧ ଅବକାରୀ ଦଫା ୫୨ ଅନୁସାରେ ମାମଲା ଋଜୁ କରା ଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଧିକାରୀ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.