୭୫ ତମ ସ୍ବାଧିନତା ଦିବସ ଉପଲକ୍ଷେ ସି.ପି.ଆଇ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ।

0 1,755

ବ୍ରହ୍ମପୁର,୧୫/୦୮(ପିପିଟି); ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ପାର୍କ ସାହି ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ରେ ୭୫ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ଏଥି ଉପଲକ୍ଷେ ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବରିଷ୍ଟ ସି.ପି.ଆଇ ନେତା ତଥା ଆଡଭୋକେଟ୍ ସୁଧାଂଶୁ ଶେଖର ପଣ୍ଡା , ବ୍ରିଟିଶ ସାମ୍ରାଜ୍ୟବାଦି ଶାସନ ବିରୋଦ୍ଧରେ ଦୀର୍ଘ ଅଢେଇ ଶହ ବର୍ଷ ସଂଗ୍ରାମ ଚଳାଇ , ବହୁ ତ୍ୟାଗ ଓ ବଳିଦାନ ଦେଇ ହାସଲ କରାଯାଇଥିବା ଭାରତର ସ୍ବାଧିନତା ଆଜି ବିପନ୍ନ ହୋଇଛି । ସ୍ୱାଧୀନତା ସଂଗ୍ରାମର ସଫଳତା ପାଇଁ କୌଣସି ଭୂମିକା ନଥିବା ହିନ୍ଦୁତ୍ୱବାଦି ଶକ୍ତିମାନେ ଦେଶର କେନ୍ଦ୍ରୀୟ କ୍ଷମତାକୁ ଆସିବା ପରେ ସ୍ବାଧୀନତାର ମୂଲ୍ୟବୋଧ ଗଣତନ୍ତ୍ର ,ଧର୍ମ ନିରପେକ୍ଷତା, ସମତା , ଜାତି – ଧର୍ମ ନିର୍ବିଶେଷରେ ଜନଗଣ ଙ୍କ ବିବିଧତା ମଧ୍ୟରେ ଏକତାକୁ ପଦ ଦଳିତ କରିଛନ୍ତି । ଦେଶର ଶିକ୍ଷା , ସ୍ବାସ୍ଥ୍ୟ , ବ୍ୟାଙ୍କ୍ ଓ ବୀମା ସଂସ୍ଥା , ରେଳବାଇ ଓ ପ୍ରତିରକ୍ଷା କ୍ଷେତ୍ରକୁ ଦେଶବିଦେଶ କର୍ପୋରେଟ ପୁଞ୍ଜିପତିଙ୍କ ହାତରେ ସମର୍ପିଦେଇ ପୁଣି ଥରେ ଦେଶକୁ ସ୍ବାଧିନତା ପୂର୍ବ ଅନ୍ଧାରୀ ଯୁଗକୁ ଫେରାଇ ନେବାକୁ ଆର୍.ଏସ୍.ଏସ୍. ବିଜେପିର ଜନ ବିରୋଧୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ସେ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କର ମଧ୍ୟରେ ସି.ପି.ଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ” ନୂଆଁ ଦୁନିଆଁ ” ର ସମ୍ପାଦକ ରମେଶ ଚନ୍ଦ୍ର ପାଢି , ଯୁବନେତା କାମଦେବ ନାହାକ , ସହର ଶାଖା ସମ୍ପାଦକ ମହମ୍ମଦ ଉସମାନ , ମହେନ୍ଦ୍ର କୁମାର ପାତ୍ର , ରବୀନ୍ଦ୍ର କୁମାର ପାତ୍ର , କୃଷ୍ଣ ମହାରଣା , କୃଷ୍ଣଚନ୍ଦ୍ର ବେହେରା , ଏବଂ ବହୁ ବ୍ୟାଙ୍କ୍ କର୍ମଚାରୀ , ଶ୍ରମିକ ଓ ଯୁବକ ଛାତ୍ର ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିବା ସହିତ ” ଦେଶକୁ ବଞ୍ଚାଇବା ” ପାଇଁ ସମୁହ ଶପଥ ଗ୍ରହଣ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.