୭୫୦୦୦ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଭୂମି ପୂଜନ ।

0 340

ସାନଖେମୁଣ୍ଡି,୨୫/୦୪(ପିପିଟି):ଗୌତମୀ ଗ୍ରାମରେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗିରହିଛି । ପାନୀୟ ଜଳ ସଙ୍କଟକୁ ଦୂର କରିବାପାଇଁ ଆଜି ଗୌତମୀ ଗ୍ରାମ ବାଲିଢ଼େପ ଠାରେ ୭୫୦୦୦ ଲିଟର କ୍ଷମତା ବିଶିଷ୍ଟ ମେଗା ପାନୀୟ ଜଳ ପ୍ରକଳ୍ପ ” ବସୁଧା ଯୋଜନା “ର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ସମସ୍ୟାକୁ ଅତିଶିଘ୍ର ଦୂର କରିବା ପାଇଁ ପ୍ରତିସ୍ମୃତୀ ଦେଇଥିଲେ ସ୍ଥାନୀୟ ସରପଞ୍ଚ । ଏଥିରେ ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ , ସରପଞ୍ଚ ଜି.ଝିଲ୍ଲୀ ରେଡି , ସମିତି ସଭ୍ୟ ଦନାର୍ଦନ ପଲାଇ , ନାଏବ ସରପଞ୍ଚ ଦୀପକ ସାହୁ , ବିଜୁ ଶ୍ରମିକ ସାମୁଖ୍ୟ ଏସ.ପ୍ରଶାନ୍ତ ରେଡି , ୱାର୍ଡ ମେମ୍ବର ବି ହରିଶ୍ଚନ୍ଦ୍ର ରେଡି , ସନ୍ତୋଷୀ ସ୍ୱାଇଁ , କାଳିଆ ଡାକୁଆ , ଏନ.ଜ୍ୟୋତି ଦୋରା , ବବିତା ସ୍ୱାଇଁ , ଗୀତା ନାୟକ , ଟୁନି ଲେଙ୍କା ଉପସ୍ଥିତ ଥିଲେ । ୟୁ ମନୋଜ ରାଓ, ପି ତ୍ରିଲୋଚନ ରେଡି , ଶଙ୍କର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.