୬୮୬.୫ କିଲୋ ଜବତ ଗଞ୍ଜେଇକୁ ନଷ୍ଟକଲା ବ୍ରହ୍ମପୁର ପୁଲିସ

0 263

ବ୍ରହ୍ମପୁର,୦୭/୧୧ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ବେଧଡ଼କ ଭାବେ ଚାଲିଥିବା ଗଞ୍ଜେଇ କାରବାରକୁ ରୋକ ଲଗାଇବା ଲାଗି ବିଭିନ୍ନ ସ୍ଥାନରୁ ଜବତ କରାଯାଇଥିବା ଗଞ୍ଜେଇକୁ ଆଜି ଶେରଗଡ଼ ସ୍ଥିତ ଅରଖପଦାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ଜୈବ ବର୍ଜ୍ୟବସ୍ତୁ କାରଖାନାରେ ପୋଡି ନଷ୍ଟ କରାଯାଇଛି। ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୬୮୬.୫ କିଲୋ ଜବତ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଥବା ବ୍ରହ୍ମପୁର ଏସପି ଡ଼ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇକୁ ନେଇ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ତିନିଟି ଥାନାରେ ୮ ଟି ମାମଲା ରୁଜୁ କରାଯାଇଥିଲା । ସେଥିମଧ୍ୟରେ ବୈଦ୍ୟନାଥପୁର ଥାନାରେ ଦୁଇଟି ,ସଦର ଥାନାରେ ତିନୋଟି ଏବଂ ଗୋଳନ୍ଥରା ଥାନାରେ ତିନୋଟି ମାମଲା ପଞ୍ଜିକୁତ ହୋଇଥିବା ଜଣାପଡିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଏବଂ ଏନଡିପିଏସ୍ ଆକ୍ଟରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲା ଅଧୀକ୍ଷକ ତଥା ଅନ୍ୟ ସଦସ୍ୟଙ୍କ ଅଧ୍ୟକ୍ଷତାରେ ସୁପରିଣ୍ଟେଣ୍ଡେଣ୍ଟ୍ ଏକ୍ସାଇଜ୍, ଡେପୁଟି କଲେକ୍ଟର ସୁବାଶ୍ରୀ ରଥ ଏବଂ ଡିଏସପି ମୁଖ୍ୟାଳୟ ଅକ୍ଷୟ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଡ୍ରଗ୍ ନିଷ୍କାସନ କମିଟି ଗଠନ କରାଯାଇଥିଲା ।କମିଟିର ସୁପାରିଶକୁ ଭିତ୍ତି କରି ଉପଯୁକ୍ତ ପ୍ରକ୍ରିୟା ଏବଂ ସିଜ୍ ହୋଇଥିବା ଗଞ୍ଜେଇକୁ ନିର୍ଦ୍ଦିଷ୍ଟ ଇନସେନେରେଟରରେ ନଷ୍ଟ କରାଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.