୬୧ ନମ୍ବର ବିଜେଡି ଜିଲ୍ଲା ପରିଷଦ ପାର୍ଥି ଅମିନ ପ୍ରଧାନଙ୍କ ଜୋରଦାର ପ୍ରଚାର।

0 1,687

ସାନଖେମୁଣ୍ଡି,୧୧/୦୨(ପିପିଟି): ଆଉ କିଛି ଦିନ ପରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀ ମାନେ ପ୍ରଚାର ପ୍ରସାର ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ଆଜି ୬୧ ନମ୍ବର ଜୋନର ବିଜେଡି ସମର୍ଥିତ ଅମିନ ପ୍ରଧାନ ନିଜ ସମର୍ଥକ ମାନଙ୍କ ସହ ମିଶି ପ୍ରଚାର କରୁଥିବା ବେଳେ ଆମେ ପହଞ୍ଚିଥିଲୁ ତାଙ୍କ ପାଖରେ । ନିଜ ପ୍ରତିକ୍ରିୟାରେ ସେ କହିଥିଲେ ସାନଖେମୁଣ୍ଡି ବ୍ଲକର ସମସ୍ତ ଜନ ସାଧାରଣଙ୍କୁ ସେ ବହୁତ୍ ଭଲ ପାଆନ୍ତି । ଯେ କୌଣସି ଲୋକର ସମସ୍ୟା ହେଲେ ବି ମୁଁ ସେ ସମସ୍ୟାର ସମାଧାନ କରିଛି ଏବଂ ଆଗକୁ ମଧ୍ୟ କରିବି । ମୁଁ ଜଣେ ନେତା ନୁହେଁ ମୁଁ ଜଣେ ସେବାକାରୀ ବୋଲି କହିଥିଲେ । ଗ୍ରାମ ଗ୍ରାମ ବୁଲି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା କାର୍ଯ୍ୟ ସବୁ ଘରେ ଘରେ ପରିଚିତ କରାଉଛନ୍ତି । ମୁଖ୍ୟନ୍ତ୍ରୀଙ୍କ ହାତ ମୁଠାକୁ ଆହୁରି ଟାଣ କରିବାପାଇଁ ଲୋକ ମାନଙ୍କୁ ବୁଝାଉଥିବବା ଦେଖିବାକୁ ମିଳୁଛି । ଜନ ସାଧାରଣ ମାନଙ୍କ ସମସ୍ୟା ତ କେବେ ସରିବନି ଏମିତି ଆସୁଥିବ ଏବଂ ସମାଧାନ ମଧ୍ୟ ହେଉଥିବ । ଆଗକୁ ଲୋକ ମାନଙ୍କ ଯେଉଁ ସବୁ ମୌଳିକ ସୁବିଧା ଅଛି ସେ ସବୁ ଅତି ଶୀଘ୍ର ପୁରଣ କରାଯିବ ବୋଲି ପ୍ରତିଶ୍ମୃତି ଦେଉଛନ୍ତି । ଆଜି ଜିଲ୍ଲା ପରିଷଦ ପାର୍ଥି ଗାଁ ଗାଁ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ଜନ ସାଧାରଣ ଯଦି ମତେ ନିର୍ବାଚିତ କରନ୍ତି ପ୍ରଥମେ ଲୋକ ମାନଙ୍କ ଜଳ ସମସ୍ୟା ଦେଖିବି ଏବଂ ଜୋନରେ ଯେ କୌଣସି ଅଧୁରା କାମକୁ ତୁରନ୍ତ ପୁରଣ କରିବା ସହ ଅଞ୍ଚଳ ବାସୀଙ୍କ ସୁଖଦୁଃଖର ସାଥି ହୋଇ ଆଗକୁ ବଢ଼ିବି ବୋଲି କହିଥିଲେ । ଅଞ୍ଚଳ ବାସୀ ମଧ୍ୟ କହିଛନ୍ତି ଅମିନ ପ୍ରଧାନ ଜଣେ ସମାଜସେବୀ ସେ ଜିଲ୍ଲା ପରିଷଦ ହେଲେ ଅଞ୍ଚଳର ବିକାଶ ସୁନିଶ୍ଚିତ ବୋଲି ପ୍ରତିକ୍ରିୟା ଦେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.