୬୧ ନମ୍ବର ଜୋନରେ କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପାର୍ଥିନୀ ଲିଲି ପ୍ରଧାନ ନିଜ ସମର୍ଥକ ମାନଙ୍କ ସହ ମିଶି ଭୋଟ ଭିକ୍ଷା କଲେ ।

0 2,141

ସାନଖେମୁଣ୍ଡି,୧୧/୦୨(ପିପିଟି): ଆଉ କେଇଟା ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଦଳୀୟ ପାର୍ଥି ମାନେ ନିଜ ନିଜ ସମର୍ଥକ ମାନଙ୍କ ସହ ମିଶି ପ୍ରଚାର ପ୍ରସାର ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଜାତୀୟ କଂଗ୍ରେସ ସମର୍ଥିତ ୬୧ ନମ୍ବର ଜୋନରେ ଲିଲି ପ୍ରଧାନ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେ ଜଣେ ସମାଜସେବୀ ହୋଇଥିବା କାରଣରୁ ଅଞ୍ଚଳରେ ବେଶ୍ ପରିଚିତ । ଦୀର୍ଘ ବର୍ଷ ଧରି ଅଞ୍ଚଳ ବାସୀ ନିଜ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସେ କହିଛନ୍ତି । ପିଲା ମାନଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଆମ ରାଜ୍ୟର ପିଲା ମାନେ ଖାଇବାକୁ ନ ପାଇ ଦାଦନ ଖଟିବା ପାଇଁ ବାହାର୍ ରାଜ୍ୟକୁ ଯାଉଛନ୍ତି ଏହା କେତେ ଦୂର ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି । ବାଲିଆ ଗ୍ରାମରେ ଦୀର୍ଘ ବର୍ଷ ଧରି ଲୋକ ମାନେ ଭୟଭୀତ ହୋଇ ରହୁଛନ୍ତି କାହିଁକି ନାଁ ଗ୍ରାମକୁ ଲାଗି ଘୋଡାହାଡ ନଦୀ ପ୍ରବାହିତ ହେଉଛି ହେଲେ ଦୁଃଖର ବିଷୟ ବନ୍ୟା ଆସିଲେ ଗାଁ ଭିତରକୁ ପାଣି ପଶିଆସୁଥିବା କହିଛନ୍ତି ଗ୍ରାମର ଲୋକେ । ସେମାନେ ଅଭିଯୋଗ କରିଛନ୍ତି ପିଢ଼ି ପରେ ପିଢ଼ି ଗଲେଣି ହେଲେ କାହାର ନଜର ନଦୀ ଉପରେ ପଡୁନି । ଦୀର୍ଘ ବର୍ଷ ହେଲା ସେତୁ ଟିଏ କରିବା ପାଇଁ ଗ୍ରାମବାସୀ ନିବେଦନ କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରୁଥିବା କହିଛନ୍ତି ଗ୍ରାମର ଲୋକେ । ଆଜି କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥିନୀ ଲିଲି ପ୍ରଧାନ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯଦି ସେ ଜିଲ୍ଲା ପରିଷଦ ରୂପେ ନିର୍ବାଚିତ ହୁଅନ୍ତି ତେବେ ପ୍ରଥମେ ଗ୍ରାମର ସମସ୍ୟା ଦେଖିବେ ବୋଲି କହିଛନ୍ତି । ଘର ଘର ବୁଲି ଭୋଟ ମାଗିବା ସହିତ ଲୋକ ମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ପରିଶେଷରେ ସେ ହାତ ଚିହ୍ନରେ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.