୬୦ ନମ୍ବର ଜୋନ ପ୍ରଚାରରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ।

0 1,085

ସାନଖେମୁଣ୍ଡି,୦୩/୦୨(ପିପିଟି):ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବ୍ଲକର ସମସ୍ତ ଜୋନ ମଧ୍ୟରୁ ଏବେ ସଭିଙ୍କ ନଜର ରହିଛି ୬୦ ନମ୍ବର ଜୋନ ଉପରେ । ଯୁବ ନେତ୍ରୀ ମାମିନି ପାତ୍ର ବିଜେଡ଼ି ଦଳ ତରଫରୁ ଟିକେଟ ପାଇ ୬୦ ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀନୀ ଭାବେ ନିର୍ବାଚନ ମଇଦାନକୁ ଉଲ୍ହାଇଛନ୍ତି । ନିଜର ସମସ୍ତ ମୌଳିକ ଅଧିକାର ମତଦାନ ସାବ୍ୟସ୍ତ କରିବା ନେଇ ଲୋକଙ୍କୁ ବୁଝାଉଥିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ସ୍ୱଚ୍ଛ ନିର୍ମଳ ଶାସନ ସହିତ ପ୍ରୂବର୍ତନ ବିଧାୟିକା ତଥା ଜିଲ୍ଲା ମହିଳା ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ବିଗତ ପାଞ୍ଚ ବର୍ଷରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ମାମିନି ପାତ୍ର ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ମାମିନି ପାତ୍ରଙ୍କୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ଦଳର ଜୋରଦାର ପ୍ରଚାର କରିଛନ୍ତି ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା , ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ସାନଖେମୁଣ୍ଡି ବ୍ଲକ ସଭାପତି ନୀଳ ମାଧବ ରାଉତ ସମସ୍ତ ବିଜେଡି କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି ୬୦ ନମ୍ବର ଜୋନର ପ୍ରତାପଗିରି , ସାତପେଣ୍ଠ ଗୋପାଳପୁର,ପୁରୁଣାଗଡ , ଶ୍ରୀଚନ୍ଦନପୁର,ପାଇକ ରାମଚନ୍ଦ୍ରପୁର,ପଦ୍ମନାଭପୂର ସହ ଜୋନର ସମସ୍ତ ଗ୍ରାମର ଘରକୁ ଘର ଯାଇ ଭୋଟ ଭିକ୍ଷା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.