୫ମ ରାଜ୍ୟ ମହିଳା ସମ୍ମିଳନୀ ବ୍ରହ୍ମପୁର ରେ ଆୟୋଜନ ନେଇ ପ୍ରସ୍ତୁତି ବୈଠକ।

0 304

ବ୍ରହ୍ମପୁର, ୦୫/୦୨(ପିପିଟି); ମହିଳା ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ରୋଜଗାର ପନ୍ଥା ଉପରେ ଆଲୋକପାତ କରିବା ନିମନ୍ତେ ମହାନ ସଂଘ ମହିଳା ବିଭାଗ ଓ ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ୫ ମ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ବ୍ରହ୍ମପୁର ସହରରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ନିମନ୍ତ୍ରଣ କରାଯିବା ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବା ସହିତ କୋଭିଦ୍ ଗାଇଡ ଲାଇନକୁ ନଜରରେ ରଖି ସମ୍ମିଳନୀ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ବୈଠକରେ ଡ୍ ସୂଚନା ପାଢ଼ୀ, ଡ୍ ଗଙ୍ଗା ଲକ୍ଷ୍ମୀ ପଟନାୟକ, ସୁନନ୍ଦା ମହାପାତ୍ର, ଗୀତା ପଣ୍ଡା, ସରିତା ପଣ୍ଡା, ଲେନା ଚାନ୍ଦ, ରତାନାମନି କଟ ନ, ଲତା ଦାଶ, ଅମିତା ସାହୁ, ମମତା ପାଢ଼ୀ, ବନ୍ଦିତା ତ୍ରିପାଠୀ, ହରିପ୍ରସାଦ ମାଳନା, ପ୍ରକାଶ ଭାଜନି, ଶ୍ୟମା ପ୍ରସାଦ ପଟନାୟକ, ନଳିନୀ ସାହୁ, ଅନ୍ନପୂର୍ଣ୍ଣା ବେହେରା, ଶଙ୍କର ଦଳାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.