୫ଜୁଆଡ଼ି ଗିରଫ; ଟଙ୍କା,ମୋବାଇଲ ଓ ବାଇକ ଜବତ ।

0 286

ଭଞ୍ଜନଗର,୨୪/୦୫(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମ ବଡ଼ଦାଣ୍ଡ ସାହିରେ ସୋମବାର ସନ୍ଧ୍ୟା ୬ଟା ସମୟରେ ଜୁଆ ଖେଳ ଚାଲିଥିବା ବେଳେ କୌଣସି ଖବର ପାଇ ପୋଲିସ ଅଚାନକ ସେହି ଜୁଆ ଅଡ୍ଡା ଉପରେ ଚଢ଼ାଉ କରିଥିଲେ। ସେଠାରୁ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୧୭,୧୩୦ଟଙ୍କା,୪ଟି ମୋବାଇଲ ଫୋନ ଓ ୩ଟି ବାଇକ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଥିବା ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.