୪୨ ମୌଜାରେ ସମ୍ବର୍ଦ୍ଧନା ସଭା ।

0 225

କଟକ,୦୮/୦୩(ପିପିଟି): କଟକ ସଦର ୪୨ ମୌଜା ଉପକଣ୍ଠ କଣ୍ଟୁଣିଆ ବେଣ୍ଟକାର ସ୍ଥିତ ମା ଭଗବତୀ ମନ୍ଦିର ପ୍ରାଙ୍ଗଣରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ୧ ନମ୍ବର ୱାର୍ଡ ଗ୍ରାମବାସୀଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାହର୍ତ୍, ବେଣ୍ଟକାର ପଞ୍ଚାୟତର ସରପଞ୍ଚ ଶିବଶଙ୍କର ମଲ୍ଲିକ,ସମିତି ସଭ୍ୟ ବିନୋଦ ବେହେରା,୧ ନମ୍ବର ୱାର୍ଡ ମେମ୍ବର କମଳା ବେହେରା, ପୂର୍ବତନ ଉପାଧ୍ୟକ୍ଷ ବିଭୂତି ରଞ୍ଜନ ପରିଡ଼ା, ଯୁବସମାଜସେବୀ ପ୍ରଫେସର ମନାଜ ନାୟକ, କଳପଡା ପଞ୍ଚାୟତର କର୍ମୀ ଦିଲୀପ କୁମାର ନାୟକ,ବିଜୟ କୁମାର ନାୟକ, ତପନ କୁମାର ପରିଡ଼ା,ଅଶୋକ କୁମାର ସ୍ବାଇଁ, ବିଘ୍ନେଶ୍ୱର ମଝି, ଦିଲୀପ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ବେଣ୍ଟକାର ଓ କଳପଡା ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ ।

Leave A Reply

Your email address will not be published.