ବେଲଗୁଣ୍ଠା,୨୩/୦୯(ପିପିଟି); ବେଲଗୁଣ୍ଠା ଫାଣ୍ଡି ପୋଲିସ ବେଲଗୁଣ୍ଠା କୋଳି ସାହି ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଏକ ବାଇକ୍ ଓ ସପୃଂକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଗିରଫ ବ୍ୟକ୍ତି ଜଣକ ହେଲେ ଭଞ୍ଜନଗର ନାହାତୋଟା ସାହିର ଡି.ଏଙ୍କଟେସୁ । ସେ ଭଞ୍ଜନଗରରୁ ୪୦ ଲିଟର ଦେଶି ମଦ ନେଇ ବେଲଗୁଣ୍ଠା ଅଭିମୁଖେ ଆସୁଥିଲେ ।ବେଲଗୁଣ୍ଠା ପୋଲିସ ତାହାର ତଲାସୀ ନେଇ ୪୦ ଲିଟର ଦେଶୀ ମଦ ଓ ଡିସକଭେରୀ ଜବତ କରିବା ସହ ତାକୁ ଗିରଫ କରିଥିବା ଜଣାପଡ଼ିଛି ଏବଂ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)