ଯାଜପୁର,ତା-୦୭/୧୦(ପିପିଟି): ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ସମ୍ମୁଖରେ ବିଜେପି ଧାରଣା । ବନ୍ୟା ବିପନ୍ନଙ୍କୁ ତୁରନ୍ତ ସରକାରୀ ପାଲ, ଘରଭଙ୍ଗା ସାହାଯ୍ୟ ଓ ଫସଲହାନୀ କ୍ଷତିପୂରଣ, ରମାପୁର ଠାରେ ହୋଇଥିବା ମନୁଷ୍ୟକୃତ ଘାଇକୁ ତୁରନ୍ତ ମରାମତି ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ତହସିଲ ଅଧିନରେ ଥିବା ପାହାଡରୁ ବେଆଇନ ପଥର ଚାଲାଣ ରୋକିବା, ହରିଦାସପୁର ଠାରେ ଗଢି ଉଠିଥିବା ରାମକୋ ସିମେଣ୍ଟ କାରଖାନାରେ ଜମିହରା ଓ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସହ ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ସଂସ୍ଥାକୁ ନିଯୁକ୍ତି ଦିଆଯିବା ଆଦି ଦଳ ଦାବି ଉଠାଇଛି । ଯଦି ଏହାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବରିଷ୍ଠ ବିଜେପି ନେତା ସର୍ବେଶ୍ୱର ବେହେରା କହିଛନ୍ତି ।