୪ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ।

0 414

ଯାଜପୁର,୦୫/୦୪(ପିପିଟି); ଧର୍ମଶାଳା କଂଗ୍ରେସ ପକ୍ଷରୁ ଗଣବିକ୍ଷୋଭ । ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଲା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ । ତୁରନ୍ତ ସମସ୍ତ ଦାବି ପୂରଣ ନହେଲେ , ଆଗାମୀ ଦିନରେ ଆନ୍ଦୋଳନ  ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ଖବର ଅନୁଯାୟୀ, ଧର୍ମଶାଳା ଅଞ୍ଚଳରେ ବେଆଇନ୍‌ ଲଘୁଖଣ୍ଡିଜ ପରିବହଣ, ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପରେ ଅନେକ ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୁତିରେଖା ପହିଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ । ଧର୍ମଶାଳା ମହୋତ୍ସବ ପଡିଆରୁ ବିଶାଳ ଶୋଭାଯାତ୍ରା ବାହାରି ତହସିଲ ସମ୍ମୁଖର ପହଞ୍ଚି ଥିଲା । ଯଦି ଆଗାମୀ ଦିନରେ ପ୍ରଶାସନ ଏସବୁ ଦିଗରେ କିଛି ପଦକ୍ଷେପ ନନେବ, ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି ।

Leave A Reply

Your email address will not be published.