୩ ମାସ ହେଲା ଜଳ ସଙ୍କଟ ।

0 290

ରାୟଗଡା,୩୧/୧୨(ପିପିଟି); ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତସ୍ଥିତ ନୂଆଗାଁରେ ଠାରେ ଗତ ତିନିମାସରୁ ଉର୍ଦ୍ଧ୍ବ ହେବ ପିଇବାପାଣିର ଘୋର ଅସୁବିଧା ଦେଖା ଦେଇଛି। ଗ୍ରାମର ଅଧିବାସୀମାନେ ବାଧ୍ୟହୋଇ ନଈରେ ବୋହିଯାଉଥିବା ପାଣିକୁ ରୋଷେଇ କରିବା ସହ ପିଇବାକୁ ବାଧ୍ୟ ହେଉଛନ୍ତି। ଯା ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ପିଇବାପାଣିର ଅସୁବିଧା ସମ୍ପର୍କରେ ଚାଟିକଣା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଦୀର୍ଘ ତିନି ମାସ ହେବ ଗୁହାରି କରିଲେ ମଧ୍ୟ କୌଣସି ଅଧିକାରୀ ନୂଆଗାଁ ଗ୍ରାମବାସୀଙ୍କ କଥା କୌଣସି ଅଧିକାରୀ ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁକରି ଆଜି ବାଧ୍ୟହୋଇ ଅନ୍ୟ ଉପାୟ ନପାଇ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଆଜିଯଦି ଆମ ଜଳ ସମସ୍ୟାର ସମାଧାନ ନ ହୁଏ ଜଳ ଯୋଗାଣ ପ୍ରକ୍ରିୟାକୁ ଖୁବଶୀଘ୍ର ତ୍ୱରାନ୍ୱିତ କରି ନଳକୂଅ ଗୁଡ଼ାକ ମରାମତି କାର୍ଯ୍ୟ ସମ୍ପାଦନ କରି ପିଇବାପାଣିର ସମସ୍ୟାକୁ ଦୂର କରାନଯାଏ ତାହାହେଲେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିବାକୁ ନୂଆଗାଁ ଗ୍ରାମବାସୀ ସମେତ ଲଷ୍ମୀ ବାଗ, ଭରତ ହିକକା ପ୍ରମୁଖ କହିଛନ୍ତି ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.