୩୫ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।

0 248

ମାଲକାନଗିରି,୨୮/୧୧(ପିପିଟି):ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂଙ୍କ ଅଧ୍ଯକ୍ଷତାରେ ୩୫ ଗୋଟି ଅଭିଯୋଗ ଶୁଣାଣି କରିଥିଲେ।ଚିତ୍ରକୋଣ୍ଡା ବ୍ଲକର ଅଞ୍ଚଳର ଅଠର ଗୋଟି ପଞ୍ଚାୟତରୁ ଜନସାଧାରଣ ଆସି ସ୍ଥାନୀୟ ସମସ୍ଯା ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଜିର ଜନ ଶୁଣାଣି ଭିତରେ ଉପାନ୍ତ ଅଞ୍ଚଳବାସୀଙ୍କ ନିମନ୍ତେ ରାସ୍ତା ଘାଟ, ପାନୀୟ ଜଳ ସମସ୍ଯା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନିମନ୍ତେ ଦରଖାସ୍ତ କରିଥିଲେ। ସେହି ଭଳି ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟ ନିର୍ମାଣ,ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି,ବିଭିନ୍ନ ଗ୍ରାମକୁ ରାସ୍ତା ସଂଯୋଗୀକରଣ, ଉପାନ୍ତ ଅଞ୍ଚଳକୁ ବସ ଚଳାଚଳ, ପାନୀୟ ଜଳ ସମସ୍ଯା,ବିଦ୍ଯୁତିକରଣ ,ନେଟୱାର୍କ ସମସ୍ଯା, ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଣ ଉପରେ ଶୁଣାଣି କରିଥିଲେ ଜିଲ୍ଲାପାଳ । ଏହି ଜନ ଶୁଣାଣିରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.