୩୩ ତମ ରାଜ୍ୟସ୍ତରୀୟ କରାଟେ ଚମ୍ପିୟାନ; ଟିକାବାଲି ପାଇଲା ୮ ଟି ପଦକ ।

0 345

ବାଲିଗୁଡା,୨୬/୧୨(ପିପିଟି): ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବ -ଜୁନିୟର କରାଟେ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଟିକାବାଲି କରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି । ଯଥା ଦୁଇ ଜଣ ସ୍ବର୍ଣ୍ଣ ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣା ପଡିଛି । ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା ବେଳେ କନ୍ଧମାଳ ଟିକାବାଲି ରୁ ପ୍ରିୟାଶୁଂ ପଣ୍ଡା ଏବଂ ଉଦ୍ଧବ ପ୍ରଧାନ ଫାଇଟ ରେ ସ୍ବର୍ଣ୍ଣ ପାଇଥିବା ବେଳେ ଶ୍ରବଣ କହଁର ଓ ଲବଣ କହଁର ଫାଇଟ ରେ ରୌପ୍ୟ ଏବଂ , ରୁଦ୍ରପ୍ରସାଦ ପ୍ରଧାନ ,ନିବେଦିତା ପଣ୍ଡା,ସ୍ବୟଂମ୍ ମହାପାତ୍ର ଫାଇଟ ରେ କାଂସ୍ୟ ପଦକ ପାଇଥିବା ବେଳେ ଶ୍ରିୟାରାନୀ ସୁବୁଦ୍ଧି କାଟାରେ କାଂସ୍ୟ ପଦକ ହାସଲ କରିଥିବା ପ୍ରଶିକ୍ଷକ ଗୋପାଳ କହଁର ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.