୩୧ ଜୁଲାଇରେ ଦେଶବ୍ୟାପୀ ଚକାଜାମ ।

0 393

ବ୍ରହ୍ମପୁର,୨୯/୦୭(ପିପିଟି): ୩୧ ଜୁଲାଇ ୨୦୨୨ ଦେଶବ୍ୟାପୀ ଚକାଜାମ କୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କୃଷକ ନେତା ଗୋପାଳ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଚକାଜାମକୁ ସଫଳ କରିବା ପାଇଁ ସମସ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ଟାଟାବେଞ୍ଜ ଛକରେ ପୂର୍ବାହ୍ନ ୧୧ ଘଟିକାରେ ଚକାଜାମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବ୍ୟାପକ ହେବ । କୃଷକ ମାନଙ୍କର ଦାବୀ ପ୍ରତି ମୋଦୀ ସରକାରଙ୍କ ବିଶ୍ୱାସଘାତକତା ବିରୋଧ ରେ ଚକାଜାମ ଆନ୍ଦୋଳନ ସଫଳ କରିବା ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଇଛି। ଚକାଜାମକୁ ନିମ୍ନ ଦାବୀ ସମୂହକୁ ନେଇ ଆହ୍ବାନ କରାଯାଇଛି। ଚାଷୀ ଉପ୍ତାଦନ କରୁଥିବା ସମସ୍ତ ଫସଲର ଏମ ଏସ ପି ପାଇଁ ଆଇନଗତ ବ୍ୟବସ୍ଥା, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି, ଜନବିରୋଧୀ ବିଦ୍ୟୁତ ବିଲ-୨୦୨୨ ପ୍ରତ୍ୟାହାର, ସାର କଳାବଜାରୀକୁ ନିୟନ୍ତ୍ରଣ ଓ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ପ୍ରଦାନ କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ର ନେତୃବୃନ୍ଦ ଚକାଜାମକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଓଡ଼ିଶା କୃଷକ ସଭାର ହରେକୃଷ୍ଣ ରେଡ୍ଡୀ, ଗୋପାଳ ପାଣିଗ୍ରାହୀ, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କୃଷକ ସଭାର ନୀଳକଣ୍ଠ ଦାସ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.