୩୦ରୁ ଉର୍ଦ୍ଧ୍ଵ ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ; ପଶୁ ଡାକ୍ତରଙ୍କ ଦେଖା ମିଳୁନି ।

0 110

ବେଲଗୁଣ୍ଠI,(ପିପିଟି ନ୍ଯୁଜ୍) ୨୪/୦୪- ବିପଦରେ  ପଡିଛି ଗୋ ସମ୍ପଦ l  ୧୫ଦିନ ହେବ ୩୦ ରୁ ଊର୍ଦ୍ଧ୍ଵ ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଗୋମାଲିକ ମାନେ ପ୍ରତିଦିନ ପଶୁ ଡାକ୍ତରଖାନାକୁ ଯାଇ ଏଲ୍. ଆଇ କିମ୍ବା ଭି.ଏସ୍ କୁ ନପାଇ ନିରାଶ ହୋଇ ଫେରୁଛନ୍ତି l ସେମାନଙ୍କୁ ଫୋନ୍ କଲେ ଆଜି ଯିବୁ  କାଲି ଯିବୁ କହି ଦିନ ଗଡାଇ ଚାଲିଥିବା ଗୋପାଳକ ମାନେ ଅଭିଯୋଗ କରିଛନ୍ତି l ବେଲଗୁଣ୍ଠI ବିଶ୍ଵନାଥ ନଗରର ସାଗର ରାଉତଙ୍କ ୨୫ଟି ଗାଈ ମଧ୍ୟରୁ ୧୨ଟି ଫାଟୁଆ ରୋଗରେ ଆକ୍ରାନ୍ତ l ସେହି ପରି ରେଡିକା  ସାହିର ପ୍ରଦୀପ ରେଡ୍ଚୀଙ୍କ ୮ ଟି,  କେଉଟ ସାହି ଭାସିଆ ଗୌଡଙ୍କ ଗାଈ ଓ ମଇଁଷୀ ମିଶି ୧୩ଟି ,ସେହିପରି ବେଲଗୁଣ୍ଠା ହାଟପଦା ଓ ଜଗନ୍ନାଥ ପ୍ରସାଦ ରୋଡ୍ ର ବି କିଛି ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଫାଟୁଆ ରୋଗ ଦ୍ଵାରା ଗାଈ ଗୋରୁଙ୍କ ଗୋଡ଼ ସନ୍ଧିରେ କ୍ଷତ ସୃଷ୍ଟି ହୋଇଥିବାରୁ ଚାଲିବା ତ ଦୂରର କଥା ଭଲ ଭାବେ ଛିଡା ହୋଇପାରୁନଥିବା ଦେଖିବାକୁ ମିଳିଛି l ଗାଈ ଗୋରୁଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ବର୍ଷ ଭିଟାମିନ ଇଂଜେକ୍ସନ୍  , କ୍ୟାଲସିଅମ୍ ପାଉଡର ଓ କୃମି  ଔଷଧ ମାଗଣାରେ ଯୋଗାଇ ଦେଇଥାନ୍ତି l କିନ୍ତୁ ଏହି ମାଗଣା ଔଷଧ କେବେ ମିଳିନଥିବା ମାଲିକ ମାନେ ପ୍ରକାଶ କରିଛନ୍ତି l ଗାଈ ର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଆସିଲେ ମଧ୍ୟ ଭି.ଏସ୍  ଓ ଏଲ.ଆଇ ଟଙ୍କା ନେଉଥିବା ଗୋପାଳକ ସାଗର ରାଉତ ପ୍ରକାଶ କରିଛନ୍ତି l ଏ ନେଇ ବେଲଗୁଣ୍ଠା ଭି.ଏସ୍  କିମ୍ବା ଏଲ.ଆଇ ବେଲଗୁଣ୍ଠାରେ ନ ରହି ଅନ୍ୟତ୍ର ରହୁଛନ୍ତି l ଏମାନେ କେବେ ଆସୁଛନ୍ତି କେହି ଜାଣି ପାରୁନଥିବାରୁ ଅବସର ଗ୍ରହଣ କରିଥିବା ୨ଜଣ ଏଲଆଇ ଙ୍କ ପାଖରେ ଘରୋଇ ଚିକିତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି I ଏନେଇ ବେଲଗୁଣ୍ଠI ଭି.ଏସ୍ ରାକେଶ କୁମାର ପତି ଓ ଏଲ.ଆଇ ସଞ୍ଜୟ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ I
ରିପୋର୍ଟ – ଶିବରାମ ଚୌଧୁରୀ ।Attachments area

Leave A Reply

Your email address will not be published.