ମାଲକାନଗିରି,୨୮/୦୧(ପିପିଟି): ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ୩୦ ଗୋଟି ଗରିବ ଭୂମି ହୀନ ପରିବାରଙ୍କୁ ନିଜର ବ୍ୟକ୍ତିଗତ ଜମି ଦାନ କରିବା ସହ ସେମାନଙ୍କ ନାମରେ ଜମିପଟ୍ଟା ପାଇଁ ପଞ୍ଜୀକରଣ କରିବା ସମଗ୍ର ଓଡ଼ିଶା କେ ଆଜି ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲାରେ କାର୍ଯ୍ଯରତ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କ ନିଜ ଘର ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ଗ୍ରାମରେ। ୧୯୯୨ ମସିହାରେ ମହେଶ୍ୱର ଚନ୍ଦ୍ର ନାଏକଙ୍କ ବାପା କବିସୂର୍ଯ୍ୟ ନାଏକ ନିଜର ଜମିକୁ ୩୦ ଗୋଟି ଭୂମିହୀନ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପରିବାରଙ୍କୁ ପ୍ରଦାନ କରି ଥଇଥାନ କରିଥିଲେ। କିନ୍ତୁ ଜମି ପଟ୍ଟା ନଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବା ଦେଖି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଶୁକ୍ରବାର କାଶୀପୁର ତହସିଲକୁ ଯାଇ ସେହି ୩୦ ଭୂମିହୀନ ପରିବାରଙ୍କ ନାମରେ ଜମିକବଲା କରି ଦେଇ ବାପାଙ୍କ ସ୍ବପ୍ନକୁ ସାକାର କରିଥିଲେ। ରାସ୍ତା ଓ ଘରବାରି ମିଶାଇ ମୋଟ ୭୩ ସେଣ୍ଟ ଜମି ସେ ଦାନ କରିଛନ୍ତି। ସ୍ବର୍ଗତ କବିସୂର୍ଯ୍ୟ ନାଏକ ଡଙ୍ଗାସିଲ ଗ୍ରାମରେ ଏପ୍ରିଲ ପହିଲା ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୫ ମସିହାରେ କାଶୀପୁର ବ୍ଲକ ରେ ଚେୟାର ମ୍ଯାନ ରହିବା ସହ ସେ ଜଣେ ପରୋପକାରୀ ଏବଂ ସମାଜସେବୀ ଥିଲେ। ୧୯୯୨ ମସିହାରେ ନିଜର ଜମି ଦାନ କରି ୩୦ ଗୋଟି ଭୂମି ହିନ ଏସସି/ଏସଟି ପରିବାରଙ୍କୁ ଘର କରିବା ପାଇଁ ଦାନ କରିଥିଲେ। ତାଙ୍କ ର ସ୍ବାସ୍ଥ୍ଯ ୨୦୦୨ରେ ଖରାପ ହେବା ପରେ ୩୦ ଗୋଟି ଭୂମି ହିନ ପରିବାରଙ୍କ ନାମରେ ପଟ୍ଟା ହସ୍ତାନ୍ତର କରିପାରିନଥିଲେ। ୨୦୨୪ ରେ କବିସୂର୍ଯ୍ୟ ନାଏକଙ୍କର ବିୟୋଗ ଘଟିଥିଲା। ତେବେ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଗତ ଶୁକ୍ରବାର ଦିନ କାଶୀପୁର ତହସିଲରେ ତାଙ୍କର ଏକ ମାତ୍ର ସୁଯୋଗ ସନ୍ତାନ ତଥା ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ୩୦ ଗୋଟି ପରିବାରଙ୍କ ନାମରେ ପଟ୍ଟା କରି ଆଜି ମାନବିକତା ପରିଚୟ ସୃଷ୍ଟି କରିଛନ୍ତି । ଏପରି ବିରଳ ଦୃଷ୍ଟାନ୍ତ ଓ ମହନୀୟ କାର୍ଯ୍ୟ ଆଜିକାଲିର ସ୍ବାର୍ଥପର ସମୟରେ କରିବା କଷ୍ଟସାଧ୍ୟ। ଆଜି ଡଙ୍ଗାସିଲ ଗ୍ରାମରେ ଜମି ହିନ ପରିବାର ବର୍ଗ ପଟ୍ଟା ପାଇବା ଲାଗି ହକଦାର ହୋଇଥିବା ବେଳେ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଭଗବାନ ସହ ତୁଳନା କରି ଭୂମିହିନଙ୍କ ମୁଖରେ ଆନନ୍ଦର ଲହରୀ ଖେଳି ଯାଇଛି। ବର୍ତ୍ତମାନ ମହେଶ୍ୱର ଚନ୍ଦ୍ର ନାଏକ ଅଙ୍ଗନବାଡି ପାଇଁ ୨ ଏବଂ ଗୋଷ୍ଠୀ ଗୃହ ପାଇଁ ୪ ସେଣ୍ଟ ଜମି ଦାନ କରିବାକୁ ଘୋଷଣା କରିଛନ୍ତି।ତାଙ୍କ ପିତା କବିସୂର୍ଯ୍ୟ ନାଏକ ଗ୍ରାମରେ ଥିବା ବିଦ୍ୟାଳୟ ନିର୍ମାଣ ପାଇଁ ନିଜର ଜମି ଦାନ କରିଥିଲେ।ବର୍ତ୍ତମାନ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କ ବିଶାଳ ହୃଦୟ ଏବଂ ଗରିବଙ୍କ ପାଇଁ ଯେଉଁ ମହତକାର୍ଯ୍ୟ କରିଛନ୍ତି ଯେତେ ଗୁଣଗାନ କଲେ ମଧ୍ଯ କମ ପଡିବ ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାଏକ, ମାଲକାନଗିରି)
Next Post