୨୬ ମାର୍ଚ୍ଚ ଭାରତ ବନ୍ଦକୁ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାରର ସମର୍ଥନ ।

0 492

ଭୁବନେଶ୍ୱର,୨୪/୦୩(ପିପିଟି); କୃଷକ ଆନ୍ଦୋଳନ ସମର୍ଥନରେ, ୩ କଳା କୃଷି ଆଇନ ପ୍ରତ୍ୟାହାର, ଏମ୍ଏସପି ଆଇନ ପ୍ରଣୟନ, ଦରଦାମ ନିୟନ୍ତ୍ରଣ, ଦେଶର ସମସ୍ତ କ୍ଷେତ୍ରକୁ କର୍ପୋରେଟ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ନୀତି ପ୍ରତ୍ୟାହାର ଆଦି ଦାବିରେ ୨୬ ମାର୍ଚ୍ଚ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ଡାକରା ଦିଆଯାଇଛି।ଏହି ବନ୍ଦ ଡାକରାକୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ପକ୍ଷରୁ ଦୃଢ଼ ସମର୍ଥନ ଘୋଷଣା କରାଯାଇଛି।
ଓଡ଼ିଶାରେ ମଧ୍ୟ କୃଷକଙ୍କ ଏହି ଦାବି ଓ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ସଫଳ କରିବାକୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଓଡିଶାବାସୀଙ୍କୁ ନିବେଦନ କରାଯାଇଛି ବୋଲି ପାର୍ଟି ରାଜ୍ୟ କମିଟି ସମ୍ପାଦକ କମ୍ରେଡ଼ ଶିବରାମ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Leave A Reply

Your email address will not be published.