ବୌଦ୍ଧ ,୨୦/୧୧(ପିପିଟି);କେନ୍ଦ୍ରସରକାର କରୋନା ମହାମାରୀ ସୁଯୋଗରେ ତରବରିଆଭାବେ ବହୁସଂଗ୍ରାମଲବ୍ଧ ୪୪ଟି ଶ୍ରମ ଆଇନକୁ ହଟାଇଦେଇ ମାଲିକ ଓ କର୍ପୋରେଟ ସପକ୍ଷବାଦୀ ୦୪ଟି ଶ୍ରମ ସଂହିତାରେ ପରିଣିତ କରିବା,ନୂତନ କୃଷିଆଇନ ପ୍ରଣୟଣ କରି କୃଷି ବ୍ୟବସ୍ଥାକୁ କର୍ପୋରେଟଙ୍କ ହାତରେ ଟେକିଦେବା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନକୁ ଉଠାଇଦେଇ ବଜାରକୁ ମହଜୁଦକାରୀ କର୍ପୋରେଟଙ୍କ ହାତରେ ଛାଡିଦେବା ବିରୋଦ୍ଧରେ ଓ ସଂଶୋଧିତ ଆଇନର ବାତିଲ ଓ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଆଜି ସ୍ଥାନୀୟ ମାଉସୀମା ମନ୍ଦିରଠାରେ ବୌଦ୍ଧଜିଲ୍ଲାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ,ଏଚଏମଏସ ,ଆଇଏନଟିୟୁସି ମା’ଭୈରବୀ ବସ କର୍ମଚାରୀ ସଂଘ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଏକ ମିଳିତ ଶ୍ରମିକ କନଭେନସନ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ବିରୋଧି ଶ୍ରମ ସଂହିତା,କୃଷକ ବିରୋଧି କୃଷି ଆଇନର ପ୍ରତ୍ୟାହାର , ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ୭୫୦୦ଟଙ୍କାର ମାସିକ ଆର୍ଥିକ ସହାୟତା ମାଗଣାରେ ମୁଣ୍ଡପିଛା ୧୦କେଜି ଖାଦ୍ୟଶସ୍ୟ ବ୍ୟାଙ୍କ ବୀମା ରେଳ ଇତ୍ୟାଦି ରାଷ୍ଟ୍ରୟାତ୍ତ ସଂସ୍ଥାର ଘରୋଇ କରଣ ବନ୍ଦ ଅଙ୍ଗନୱାଡି, ଆଶା ପାଚିକା ପ୍ରଭୃତି ପ୍ରକଳ୍ପ କର୍ମଚାରୀଙ୍କୁ ଶ୍ରମିକ ମାନ୍ୟତା ଓ ସାମାଜିକ ସୁରକ୍ଷା ଦେବା ସମାନ କାମକୁ ସମାନ ମଜୁରୀ ଓ ଆଉଟସୋର୍ଷିଂ ବ୍ୟବସ୍ଥା ସମ୍ପୁଣ୍ଣ ପ୍ରତ୍ୟାହାର । ନିର୍ମାଣ ଶ୍ରମିକଙ୍କ ପାଇଁ ଘୋଷିତ ସମସ୍ତ ସହାୟତା ତୁରନ୍ତ ପ୍ରଦାନ । ପ୍ରଭୃତି ଦାବୀରେ ଆସନ୍ତା ନଭେମ୍ବର ୨୬ଦେଶର୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଶତାଧିକ ଶ୍ରମିକ ଫେଡେରେସନ ପକ୍ଷରୁ ଆହୁତ ସର୍ବଭାରତୀୟ ଧର୍ମଘଟକୁ ସଫଳ କରି ବନ୍ଦରେ ପରିଣତ କରିବାକୁ ଏହି କନଭେନସନରେ ବୌଦ୍ଧ ବାସୀଙ୍କୁ ନିବେଦନ କରାଯାଇଛି ।ଏହି କନଭେନସନରେ ଅବକାଶ ସାହୁ ,ଅର୍ଜୁନ ରଣା ,ପ୍ରଭାତ କୁମାର ମଟାଲି ପ୍ରମୁଖ ସଭାପତିତ୍ବ କରିଥିବାବେଳେ ସୁଧାଂଶୁ ପ୍ରଧାନ, ପ୍ରଦୀପ ମହାଙ୍କୁଡ , ଭୀମସେନ ଘିବଲା, ଗୁପ୍ତେଶ୍ବର ପ୍ରଧାନ ,ସୁଶାନ୍ତ ବେହେରା, ସୁଷାନ୍ତ କୁମାର ପଣ୍ଡା ବିଶ୍ବାମିତ୍ର ମେହେର ପ୍ରମୁଖଙ୍କ ନେତୃତ୍ବରେ ୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ପ୍ରତିନିଧି ଯୋଗଦେଇଥିଲେ ।