ଭଞ୍ଜନଗର,୦୮/୦୫(ପିପିଟି); ବିଜୟୱାଡ଼ା-ରାଞ୍ଚି କରିଡର ୨୧୭ନଂ ଜାତୀୟ ରାଜପଥ ଅନର୍ଗତ ଭଞ୍ଜନଗର ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋବରା ଓ ଶଢଙ୍ଗୀ ପଲ୍ଲି ମଧ୍ୟ ଭାଗରେ ଗତ ରାତି ପ୍ରାୟ ୨ଟା ସମୟରେ ବୌଦ୍ଧ ଠାରୁ ସ୍ପିରିଟ ବୋଝେଇ ଏକ ଟ୍ୟାଙ୍କର ଆସ୍କା ସୁଗର ଫ୍ୟାକ୍ଟ୍ରିକୁ ଯାଉଥିବା ବେଳେ ଡ୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ହାଠାତ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା।ଫଳରେ ରାସ୍ତାଟି ସମ୍ପୁର୍ଣ୍ଣ ଅବରୋଧ ଯୋଗୁଁ ଚଳାଚଳ ବନ୍ଦ ରହିଥିଲା।ଫଳରେ ରାସ୍ତାର ଉଭୟ ପଟେ ବହୁ ଗାଡ଼ି ମଟର ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା।ଟ୍ୟାଙ୍କର ରୁ ସ୍ପିରିଟ ବାହାରି ରାସ୍ତାସାରା ପଡ଼ିଥିବାରୁ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଗୁରୁତର ଅବସ୍ଥାରେ ଥିବା ଡ୍ରାଇଭର ଓ ହେଲ୍ପରକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ପଠେଇଥିଲେ।ରାସ୍ତାର ଉଭୟ ପାର୍ଶ୍ଵରେ ପୋଲିସ ଉପସ୍ଥିତ ରହି ଜରୁରୀ କାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଓ ଛୋଟ ଯାନବାହନ ଗୁଡିକୁ ଏକ ଡାଇଭର୍ସନ ରୋଡ଼ରେ ଛାଡିଥିଲେ। ଦୁଇଟି କ୍ରେନ ସାହାଯ୍ୟରେ ଉକ୍ତ ଟ୍ୟାଙ୍କରକୁ ଉଠାଯାଇ ରାସ୍ତା କଡରେ ରଖାଯାଇଥିଲା। ଭଞ୍ଜନଗର ରୁ ଅଗ୍ନିଶମ ବିଭାଗ ଆସି ରାସ୍ତାରେ ପ୍ରଥମେ ପାଣି ଓ ପରେ ପ୍ରୋଟିନ ସ୍ନୋ ସ୍ପ୍ରେ କରି ବିପଦ ମୁକ୍ତ କରିବା ପରେ ଦିନ ୧୧ଟା ସମୟରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଗୁରୁତର ଆହତ ହୋଇଥିବା ଡ୍ରାଇଭର ଜଣଙ୍କ ନୟାଗଡ଼ର ରୋହିତ କୁମାର ନାୟକ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )