୨୦୨୧ ଡକାୟତ ଓ ଆକ୍ରମଣ ଘଟଣାର ପର୍ଦ୍ଦାଫାଶ, ଦୁଇ ଗିରଫ, ଜଣେ ଫେରାର ।

0 270

କୋଦଳା,୦୧/୧୧(ପିପିଟି): କୋଦଳା ପୁଲିସକୁ ମିଳିଛି ବିରାଟ ସଫଳତା । ୧୨/୧୨/୨୦୨୧ ରେ ଘଟିଥିବା ଡକାୟତ ଓ ଆକ୍ରମଣ ଘଟଣାର ହୋଇଛି ପର୍ଦ୍ଦାଫାଶ ।କୋଦଳା ପୁଲିସର ସୂଚନା ପ୍ରକାରେ ୧୨/୧୨/୨୦୨୧ ଦିବା ୧ ଘଣ୍ଟା ସମୟରେ ନିଜର ପଲସର ମୋଟର ସାଇକଲ ଯୋଗେ ଆର୍ମି ରେ କାର୍ଯ୍ୟରତ ପୁଷ୍ପ ପ୍ରକାଶ ବେହେରା (୫୬)ଅଙ୍ଗାର ଗାଁ ଠାରୁ ନୂଆଗଡ ଦେଇ ରମ୍ଭା ଥାନା ହୁମା ଗ୍ରାମକୁ ଯାଉଥିବା ସମୟରେ ପୂର୍ବରୁ ଅପେକ୍ଷା କରି ରହିଥିବା ତିନିଜଣ ଦୁର୍ବୁତ୍ତ ହଠାତ ପଲସର ଆଗକୁ ଆସି ଧକ୍କା ମାରିଥିଲେ ଯାହା ଫଳରେ ଗାଡି ସହିତ ପୁଷ୍ପପ୍ରକାଶ ତଳେ ପଡିଯିବା ପରେ ତାର ମୁଣ୍ଡକୁ ମାଉଜର ଦେଖାଇଥିଲେ ,ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଦୁର୍ବୁର୍ତ୍ତ ମାନେ ଧରିଥିବା ବନ୍ଧୁକ ପଛ ପଟରେ ମୁଣ୍ଡକୁ ଆକ୍ରମଣ କରିଥିଲେ, ସେହି ସମୟରେ ମାଉଜର ର କେଟ୍ରିଜ ସହିତ ଗୁଳି ତଳେ ପଡିଯାଇଥିଲା, ଆକ୍ରମଣ ପରେ ତା ନିକଟରେ ଥିବା ଟଙ୍କା, ପରିଚୟ ପତ୍ର,ଏଟିଏମ୍ ଛଡାଇ ନେଇ ପଳାଇଥିଲେ । ଖବର ପାଇ କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲେ । କିଛିଦିନ ପରେ ସନ୍ଦେହ ପ୍ରକାଶ କରି ପୋଲିସ କିଛି ଲୋକଙ୍କୁ ଗୋଡ଼ାଇଥିଲା କିନ୍ତୁ ସେଥିରେ ପୋଲିସ ଅସଫଳ ହୋଇଥିଲା । ସୋମବାର କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ନିଜର କର୍ମକର୍ତ୍ତଙ୍କୁ ଧରି ମୁଣ୍ଡୁଳା ଗ୍ରାମରେ ପହଞ୍ଚି ସେହି ଗ୍ରାମର ରାଜେନ୍ଦ୍ର ପ୍ରଧାନ (୩୭), ଅନାଥ ମୁନି (୨୧)ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ମାଉଜର,ଗୁଳି, ନଗଦ ଦଶହଜାର ଟଙ୍କା ଓ କିଛି ଡାକୁମେଣ୍ଟ ଜବତ କରି କୋର୍ଟ ଚାଲାଣ କରିଥିବା ନେଇ ପ୍ରେସମିଟ ଦ୍ୱାରା ଜଣାଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.