ଭଞ୍ଜନଗର,୦୬/୦୧(ପିପିଟି): ବିଜୟୱାଡ଼ା ରାଞ୍ଚି କରିଡର ୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ଭଞ୍ଜନଗର ବିଇଡ଼ି କଲେଜ ନିକଟରେ ବୁଧବାର ରାତିରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଭ୍ୟାନ ରାସ୍ତା ଉପରେ ଓଲଟି ପଡ଼ିଥିବା ବେଳେ ଅନ୍ୟଟି ରାସ୍ତା ପାର୍ଶ୍ଵରେ ଥିବା ପାଚେରୀ ଭାଙ୍ଗି ପଶିଯାଇଛି।ସୂଚନା ମୁତାବକ ଫୁଲବାଣୀ ରାସ୍ତାରେ ବ୍ରହ୍ମପୁରକୁ ପନିପରିବା ବୋଝେଇ ହୋଇ ଆସୁଥିବା ଏକ ଭ୍ୟାନ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି ୩୩ୟୁ ୮୯୧୫ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଭ୍ୟାନଟି ଓଲଟି ପଡିଥିବା ବେଳେ ଅନ୍ୟ ପନିପରିବା ବୋଝେଇ ଭ୍ୟାନଟି ପାଚେରୀକୁ ଧକ୍କା ହେବା ଫଳରେ ଗାଡ଼ିଟିର ସାମ୍ନା ପଟ ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ହେଲେ ଏଥିରେ ଚାଳକ ଦ୍ୱୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post