୨ଅଭିଯୁକ୍ତ ଗିରଫ; ୩୨ହଜାର ଟଙ୍କା ଓ ଖେଳନା ବନ୍ଧୁକ ଜବତ ।

0 490

ଭଞ୍ଜନଗର,୨୦/୦୬(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗୁରାବାଡ଼ି ଗ୍ରାମରେ ଗତ ୨୯ତାରିଖରେ ଘଟିଥିବା ଏକ ଚୋରି ଘଟଣାରେ ସମ୍ପୃକ୍ତ ୨ଜଣ ପୁରୁଣା ଅପରାଧୀଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।ସେମାନେ ହେଲେ ସାନ ସାଦାରା ଗ୍ରାମର ଶିବରମ ଗୌଡ଼(୨୨) ଓ ଚିତ୍ତ ରଞ୍ଜନ ସ୍ୱାଇଁ(୪୫)। ସେମାନଙ୍କ ଠାରୁ ମୋଟ ୩୨,୨୭୦ଟଙ୍କା, ଗୋଟିଏ ଖେଳନା ପିସ୍ତଲ,୨ଟି ମୋବାଇଲ ଫୋନ, ଗୋଟିଏ ବାଇକ ଓ କିଛି ତାଲା ଭାଙ୍ଗିବା ଉପକରଣ ଜବତ କରାଯାଇଛି। ସେମାନଙ୍କ ନାମରେ ଭଞ୍ଜନଗର ଥାନାରେ କେଶ ନଂ ୨୫୬/୨୨ ଧାରା ୪୫୭/୩୮୦ରେ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ସେମାନଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.