୧୯୭୭ ରୁ ୧୯୭୯ ମସିହା ତାଲିମ୍ ପ୍ରାପ୍ତ ଭଞ୍ଜନଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ ।

0 268

ବେଲଗୁଣ୍ଠା,୩୧/୦୩(ପିପିଟି); ପ୍ରତିବର୍ଷ ଭଳି ଆଜି ବେଲଗୁଣ୍ଠା ବ୍ଳକ୍ ଗୋବରା ମାଆ ଅରୂପାନନ୍ଦ ଆଶ୍ରମ, ହରିହର ମନ୍ଦିର, ରେବତୀ ନଗର ଗୋବରା ଠାରେ ୧୯୭୭ ରୁ ୧୯୭୯ ମସିହା ଭଞ୍ଜନଗର ତାଲିମ୍ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ବନ୍ଧୁ ମିଳନ ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷକ ରବିନ୍ଦ୍ରନାଥ ପାତ୍ର ସ୍ୱାଗତ କରିଥିବା ବେଳେ ମାଆ ଅରୂପାନନ୍ଦ ଶାନ୍ତି ମନ୍ତ୍ର ପାଠ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୨୨ ଜଣ ସହପାଠୀ ଏକତ୍ରିତ ହୋଇ ଆଧ୍ୟାତ୍ମିକ ଓ ସ୍ଵାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସହପାଠୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ବିଭୂତି ଭୂଷଣ ରଥ, କୈଳାସ ଚନ୍ଦ୍ର ଦାସ,ମାଗତା ଗୌଡ, ସାରଥୀ ମହାପାତ୍ର, ଆର୍ ଗଙ୍ଗା ବାଇ, ମିନତି ଜେନା, ବିରଜା ଗୌଡ, ଜନ୍ ବାସ୍ତୀଷ୍ଟ ବେହେରା, ମାର୍କଣ୍ଡ ବିଷୋୟୀ, ସୁବାଷ ଚନ୍ଦ୍ର ଜେନା, ରଞ୍ଜିତା ରଥ, କାଳୀ ଚରଣ ଗୌଡ, ତ୍ରିନାଥ ଜେନା, କୈଳାସ ଚନ୍ଦ୍ର ପ୍ରଧାନ, ଅନ୍ତର୍ଯ୍ୟାମୀ ପାଢୀ, ଭାରତୀ ପଣ୍ଡା, ପ୍ରଭାତ ପାତ୍ର, ଲମ୍ବୋଦର ପାଣିଗ୍ରାହୀ, ଗୀତା ପାଢୀ, ଡି.ମଙ୍ଗୁଳୁ ପୁଚୁଲିମା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକୁ ଅରୂପାନନ୍ଦ ମାଆ ସଂଯୋଜନା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.