ଭଞ୍ଜନଗର,୦୨/୦୭(ପିପିଟି);ଦୀର୍ଘ ୧୪ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ମୋଷ୍ଟ ୱାଣ୍ଟେଡ଼ କାହ୍ନୁ ଚରଣ ମିଶ୍ର ଓରଫ ବୁଢ଼ାକୁ ଭଞ୍ଜନଗର ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗତ ୨୧.୧୨.୨୦୦୭ ତାରିଖରେ ବୁଢ଼ା ତାର ଅନ୍ୟ ସହଯୋଗୀ ମାନଙ୍କ ସହ ମିଶି ବେଲଗୁଣ୍ଠାର ଏକ ସୁନା ଦୋକାନରେ ବୋମା ମାଡ଼ କରିବା ସହ ଦୋକାନ ପଶି ମାଲିକଙ୍କୁ ଭୟଭୀତ କରି ବହୁ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଥିଲା।ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ୟମାନେ ପୋଲିସ ହାତରେ ଧରା ପଡିଥିବା ବେଳେ ବୁଢ଼ା କିନ୍ତୁ ପୋଲିସକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା।ବୁଢ଼ା ସମ୍ପର୍କରେ ଖବର ପାଇ ତାକୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ୩୦୭/୦୭ରେ ଏକ କେଶ ରୁଜୁ ହୋଇଥିବା ଜଣାପଡିଛି। ବୁଢ଼ାର ନିଜ ଗ୍ରାମ ଶେରଗଡ଼ ଥାନା ଅନ୍ତର୍ଗତ ପି.ରାମପୁର ହୋଇଥିବା ବେଳେ ପୂର୍ବରୁ ବିଭିନ୍ନ ଥାନାରେ ତା ନାମରେ ବହୁ ଅପରାଧିକ ମାମଲା ରହିଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )