ବ୍ରହ୍ମପୁର,୦୨/୦୫(ପିପିଟି):ଆସିକା ପୋଲିସ ଗତ ୦୪ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ରୋଡ଼ ବ୍ଲକିଙ୍ଗ ସହ ୧୩ ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରିବାସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।ପ୍ରକାଶ ଥାଉକି ଗତ କିଛି ଦିନ ହେବ ମଦ୍ୟପ ଗାଡିଚାଳକଙ୍କ ଉପରେ ଖାନ୍ ତଲାସୀ ସହ ମଦୁଆ ଗାଡ଼ି ଚାଳକଙ୍କୁ ଅଟକ ରଖି ଜରିମାନା ସହ କୋର୍ଟଚାଲାଣ ପ୍ରକ୍ରିୟା ଚାଲୁ ରହିଛି।ବିଭିନ୍ନ ସମୟରେ ମଦପିଇ ଗାଡ଼ି ଚାଳକ ମାନେ ଗାଡ଼ି ଚଳାଇବା ଯୋଗୁଁ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସାବଧାନତା ଜନିତ ସମସ୍ୟା ଉପୁଜୁଛି। ଉକ୍ତ ବିଷୟକୁ ଗୁରୁତ୍ୱ ଦେବାସହ ଏହି ଚଢ଼ାଉ ଚାଲୁ ରଖାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଠାରୁ ପ୍ରକାଶ ।ଏହି ପରିପ୍ରେକ୍ଷୀରେ ଗତ ୦୪ଦିନ ମଧ୍ୟରେ ୧୩ ଜଣ କୁ ଗିରଫ କରାଯାଇଛି ସେମାନେ ହେଲେ ଜି.ସନ୍ତୋଷ(୧୭)ପିତା -ଜି .ଦୁର୍ଗା ରାଓ, ଗୁଣ୍ଠପଡ଼ା,ଆସିକା, ଚନ୍ଦ୍ରମଣି ସାହୁ(୩୨)ପିତା-ସୁଦର୍ଶନ ସାହୁ ମାମୁଁଢ଼ିଅ ,ଆସିକା, ନାରାୟଣ ବେହେରା(୩୯)ପିତା-ବନମାଳୀ ବେହେରା ଷଡଙ୍ଗୀପଲ୍ଲୀ ଥାନା ଗାଙ୍ଗପୁର, ବିଦେଶୀ ନାଇକ(୫୦)ପିତା-ବିଶ୍ୱନାଥ ନାଇକ କାଳଷଣ୍ଢପୁର ଥାନା ଆସିକା, ସନ୍ତୋଷ ଦାସ(୨୨)ପିତା-ପାଣଦାସ ସୁନାମ୍ବସାହି ଆସିକା, କାଳୁ ଜେନା(୨୫)ପିତା-ଭାସ୍କର ଜେନା ଏସ୍ ନୂଆଁଗାଁ ଆସିକା, ଗୁଣ୍ଡିଚା ଗୌଡ଼(୩୮)ପିତା-ଜୟରାମ ଗୌଡ଼ ଗ୍ରାମ କଳାସୂତା ଥାନା ଗାଙ୍ଗପୁର, ମନୋଜ କୁମାର ବେହେରା (୪୫) ପିତା -ଗୋବିନ୍ଦ ଚନ୍ଦ୍ର ବେହେରା ଗ୍ରାମ ଦାମୋଦରପଲ୍ଲୀ ଥାନା ଧରକୋଟ,ଅଜିତ କୁମାର ସାହୁ(୩୫)ପିତା-ପ୍ରଫୁଲ୍ଲ କୁମାର ସାହୁ ଗ୍ରାମ ନିମୁଡ଼ିଆ ଥାନା କବିସୂର୍ଯ୍ୟନଗର, ସଦାନନ୍ଦ ନାହାକ(୨୪)ପିତା-ସୀମାଞ୍ଚଳ ନାହାକ ଗ୍ରାମ ଆମ୍ବପୁଆ ଥାନା କବିସୂର୍ଯ୍ୟ ନଗର ,ସନ୍ତୋଷ ଦାସ (୨୫) ପିତା- ଧରଣୀ ଦାସ ଗ୍ରାମ ବରଗାଁ ଆସିକା ,ରାମଚନ୍ଦ୍ର ପ୍ରଧାନ (୫୮)ପିତା-ପଦ୍ମନାଭ ପ୍ରଧାନ ଗ୍ରାମ ଢଉଗାଁ ଥାନା ଧରକୋଟ ଓ ପ୍ରତାପ ଜେନା (୩୪)ପିତା -ଭାସ୍କର ଜେନା ଅସୁରପଲ୍ଲୀ ଥାନା ଆସିକା ଏହି ୧୩ ଜଣ ଗିରଫ ହେବାସହ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଉକ୍ତ ୧୩ ଜଣଙ୍କ ଠାରୁ ଆସିକା ପୋଲିସ ୨ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଥିବାର ସୂଚନା ମିଳିଛି।