ବ୍ରହ୍ମପୁର,୨୭/୦୮(ପିପିଟି) : ବ୍ରହ୍ମପୁର ଅବକାରୀ ହାତରେ ପଡିଛି ୨ ଗଞ୍ଜେଇ ମାଫିଆ ସୂଚନା ଥାଉକି ଫାଷ୍ଟଗେଟ୍ ଠାରେ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ସଫାରୀ କାର ଏବଂ ଦୁଇ ବ୍ୟବସାୟୀ କୁ ଗିରଫ କରିଛି ଅବକାରୀ ବିଭାଗ । ସେମାନେ ହେଲେ ଉଣେଶ ମେହୂବ ଏସକେ ଏବଂ ଶହିଦ ଶାକିଲି l ସୂଚନା ପ୍ରକାରେ ଅବକାରୀ କନେଷ୍ଟବଳ ସୁଶାନ୍ତ ମାହାକୁଡ଼ କୌଣସି ବିଶେଷ ସୂତ୍ର ରୁ ଖବର ପାଇ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁଙ୍କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବିଷୟରେ ଜଣାଇଥିଲେ ଯାହାକୁ ଭିତ୍ତି କରି ସାଧା ପୋଷାକରେ ଛକି ରହିଥିବା ଅବକାରୀ ବିଭାଗ ଡେଙ୍ଗାଓସ୍ଥା ଠାରୁ ପିଛା କରି ବ୍ରହ୍ମପୁର ଫାଷ୍ଟଗେଟ ଠାରେ ଗାଡି ଟିକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଧିକ ପଚରଉଚରା ପରେ ଜାଣିବାକୁ ପାଇଥିଲେ ଏହି ସମସ୍ତ ଗଞ୍ଜେଇ ମୋହନା ଠାରୁ ମହାରାଷ୍ଟ୍ରକୁ ଚାଲାଣ ହେବାକୁ ଯାଉଥିଲା । ଗଞ୍ଜେଇ ଓ କାର କୁ ଜବତ କରିବା ସହ ଦୁଇ ମାଫିଆଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅବକାରୀ ଗୁଇନ୍ଦା ବିଭାଗ ।