୧୨ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର ।

0 412

ଭଞ୍ଜନଗର,୩୦/୧୦(ପିପିଟି): ସେଣ୍ଟ୍ରାଲ ରେଞ୍ଜ କାଳିଅମ୍ବା ସେକ୍ସନ ଅନ୍ତର୍ଗତ କଣ୍ଟେଇ ପଲି ନିକଟ ବଡ଼ପଡ଼ା ଗ୍ରାମ ନିକଟରେ ଏକ ବିରାଟ ଅଜଗର ସାପକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଯାଇଥିଲେ। ପରେ ତାକୁ ଏକ ରସିରେ ଫାଶ ପକାଇ ବାନ୍ଧି ରଖିଥିବା ଖବର ବନବିଭାଗ ନିକଟରେ ପହଞ୍ଚି ଥିଲା। ସଙ୍ଗେ ସଙ୍ଗେ ସେଣ୍ଟ୍ରାଲ ରେଞ୍ଜର କୁମର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଶରତ ଚନ୍ଦ୍ର ମହାନ୍ତି, ଫରେଷ୍ଟ ଗାର୍ଡ ରଶ୍ମିତା ସେଠୀ,ସ୍କ୍ୱାର୍ଡ କର୍ମଚାରୀଙ୍କ ସମେତ ସ୍ନେକ ହେଲ୍ପ ଲାଇନର ସଞ୍ଜୟ କୁମାର ସ୍ୱାଇଁ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ଏକ ଅଖାରେ ଭର୍ତ୍ତି କରି ନିକଟସ୍ଥ କାଳି ଅମ୍ବା ଜଙ୍ଗଲରେ ଛାଡିଥିଲେ । ସାପଟିର ଲମ୍ବ ପ୍ରାୟ ୧୨ଫୁଟରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.