୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ।

0 343

ଭଞ୍ଜନଗର,୦୪/୦୪(ପିପିଟି): ଭଞ୍ଜନଗର ବ୍ଲକ ସ୍ଥିତ ବେତାର ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ବେତାର ଗ୍ରାମର ଭ୍ରମର ଦଳେଇଙ୍କ ଘର ଭାଡ଼ି ଉପରେ ଅହିରାଜ ସାପଟି ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ନେକ ହେଲ୍ପ ଲାଇନର ସଦସ୍ୟଙ୍କୁ ଫୋନ ଯୋଗେ ଖବର ଦେଇଥିଲେ । ବନ ବିଭାଗ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ କେଦାର ମଲ୍ଲିକ ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ପରେ ବନବିଭାଗ ସହାୟତାରେ ସାପ ଟିକୁ ପ୍ରାକୃତିକ ଆବାସସ୍ଥଳୀ ଜୟ ମଙ୍ଗଳ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.