ଉଲୁଣ୍ଡା,୦୪/୦୯(ପିପିଟି); ବର୍ତ୍ତମାନ ଚାଷୀ ରୁଆ,ବିହୁଡା କାମ ସାରି ୟୁରିଆ ସାର ଦେବାକୁ ବାହାରିଥିବା ବେଳେ ବଜାରରେ ସାରର ବହୁଳ ଅଭାବ କାରଣରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ହଇରାଣ ହରକତ ହେଉଛି । କିଏ ସାର ବସ୍ତାଏ ପାଇଁ ଭାଦ୍ରବ ମାସର ମୁଣ୍ଡଫଟା ଖରାରେ ହାତରେ ଆଧାର କାର୍ଡ ଖଣ୍ଡିଏ ଧରି ବସିଛି ତ ଆଉ କିଏ ଲମ୍ବା ଲାଇନରେ ଛିଡା ହୋଇଛି ।ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ସମୟ ଧରି ଲାଗିଛି ଏ ଲାଇନ ।ଠିକ ସମୟରେ ୟୁରିଆ ସାର ମିଳୁ ନ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ହିଲୁଙ୍ଗ ସେବା ସମବାୟ ସମିତି ଲୋକଙ୍କ ଏଭଳି ଭିଡ଼ ଦ୍ଵଖିବାକୁ ମିଳିଛି ।ସମିତିକୁ ସାର ଆସିଥିବା ଜଣାପଡିବା ପରେ ଆଜି ବଢି ଭୋରରୁ ଏଭଳି ବିଦା ଦେଖିବାକୁ ମିଳିଥିଲା । ସମିତିକୁ ମାତ୍ର ୨୦୦ ବସ୍ତା ୟୁରିଆ ସାର ଆସିଥିବା କୁହାଯାଉଥିବାବେଳେ ଲାଇନରେ ଛିଡା ହୋଇଥିବା ଲୋକଙ୍କ ସଂଖ୍ୟା ଆସିଥିବା ସାର ର ଚାରିଗୁଣ ଦେଖିବାକୁ ମିଳିଥିଲା କିନ୍ତୁ ଏଠାରେ କାହାକୁ ସାର ମିଳିବ ନ ମିଳିବ ଜଣା ପଡି ନଥିଲେ ବି ସାର ବସ୍ତାଏ ପାଇଁ ଖରାରେ ଘଣ୍ଟା ଘଣ୍ଟା ଧରିଲୋକଙ୍କ ଏଭଳି ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।