ୟୁନିଭର୍ସାଲ୍ ହେଲଥ୍ କଭରେଜ୍ ଡେ ପାଳନ ।

0 347

ବେଲଗୁଣ୍ଠା,୧୨/୧୨(ପିପିଟି);ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୟୁନିଭର୍ସାଲ୍ ହେଲଥ୍ କଭରେଜ୍ ଡେ-୨୦୨୦ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମ ହରି ପଣ୍ଡା ଯୋଗ ଦେଇ ଜନ ସାଧାରଣଙ୍କ ସାର୍ବଜନୀନ ସ୍ଵାସ୍ଥ୍ୟ ପରିସର ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସ୍ଵାସ୍ଥ୍ୟ ରକ୍ଷାର ପରିସର ଗୋଟିଏ କିମ୍ବା ଦୁଇଟି କାରଣ ଉପରେ ନିର୍ଭର ନକରି ଏହା ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷା, ସୁଷମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ନିରାପଦ ବାସ ସ୍ଥାନ, ମାଆ ଏବଂ ଶିଶୁ ସ୍ଵାସ୍ଥ୍ୟର ଯତ୍ନ, ସଂକ୍ରାମକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଆଞ୍ଚଳିକ ରୋଗ ନିୟନ୍ତ୍ରଣ ,ସାଧାରଣ ରୋଗର ଉତ୍ତମ ଚିକିତ୍ସା ଏବଂ ଔଷଧର ଉଚିତ୍ ବ୍ୟବହାର ଭଳି ଅନ୍ୟ ସାତଟି ଉପାଦାନ ଉପରେ ନିର୍ଭର କରୁଥିବାରୁ ସ୍ଵାସ୍ଥ୍ୟ ରକ୍ଷା ପାଇଁ ଏହି ବିଷୟ ଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ନିଜର ମତ ଦେଇଥିଲେ I ସୂଚନା ଥାଉକି ଏହିଭଳି ୟୁନିଭର୍ସାଲ୍ ହେଲଥ୍ କଭରେଜ୍ ଡେ କାର୍ଯ୍ୟକ୍ରମ ପାଇଁ ୧୯୭୮ ଏକ ବିଶ୍ଵସ୍ତରୀୟ ସମ୍ମିଳନୀରେ ଆଲୋଚନା ହେଉଥିବା ବେଳେ ଆଗରୁ ଏହି କାର୍ଯ୍ୟକ୍ରମ ଗୁଡ଼ିକ କିଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଉଥିଲା । ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଗୁଡ଼ିକ ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ବ୍ଳକର ବିଭିନ୍ନ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏହି ଦିବସ ପାଳିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କ ସମେତ ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ଯଜ୍ଞସେନ୍ ସୁବୁଦ୍ଧି ଏବଂ ଗାଙ୍ଗପୁର ଓ ଖଇରପୁଟି ପଞ୍ଚାୟତର ଆଶା କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.