ୟୁଥ ଅଫ କନ୍ଧମାଳର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଦାନା ବଣ୍ଟନ ।

0 275

କନ୍ଧମାଳ,୨୪/୦୪(ପିପିଟି):ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି l ଏହାକୁ ଦୃଷ୍ଟିରେ ରଖି ୟୁଥ୍ ଅଫ କନ୍ଧମାଳର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ବାଇକୁମ୍ପ, ତକଳି, କୁଟିଲାଝର, ଝାଡବଲସକୁମ୍ପl ଓ ଖାଲିବେରନା ଗ୍ରାମରେ ଏହି ଟିମ ପହଂଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ବଳରାମ ବିନ୍ଧାଣି , କରୁଣ ଭାଇ , ସୌମ୍ୟଜିତ୍ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ।
(ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.