ୟୁଥ୍ ଫର୍ ଆକ୍ସନ୍ ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା ।

0 241

କନ୍ଧମାଳ,୦୩/୧୨(ପିପିଟି): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ “ୟୁଥ ଫର୍ ଆକ୍ସନ୍” ବହୁ କମ୍ ଦିନ ମଧ୍ଯରେ ସମଗ୍ର ଓଡିଶା ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏ ନେଇ ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲାପାଇଁ ଏକ ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ ରାଜ୍ଯ ସହ-ସଂଯୋଜକ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ସାର୍ଥକ ମୁନି ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ନବନିଯୁକ୍ତ ସଦସ୍ଯ ମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ସିଂ ନିଜ ଅଭିଭାଷଣରେ କନ୍ଧମାଳରେ କିପରି ଯୁବ ନେତୃତ୍ବର ବିକାଶ ହେବା ସହ ଯୁବ ପିଢି କିପରି କର୍ମନିଯୁକ୍ତ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନ ମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମ ସ୍ତରରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକ ମାନଙ୍କୁ ଆହ୍ଵାନ ଦେଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.